thumbnail

ପାତାଳୀ ନଦୀରେ ବୁଡ଼ିଗଲା ଡଙ୍ଗା; ଜଣେ ମୃତ, 4 ନିଖୋଜ

By ETV Bharat Odisha Team

Published : Dec 28, 2023, 7:57 PM IST

କୋରାପୁଟ: ଡଙ୍ଗା ବୁଡି ଜଣେ ମୃତ, 4 ନିଖୋଜ । ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ କୁଲାରସିଂ ପଞ୍ଚାୟତରେ ଏଭଳି ଅଘଟଣ ଘଟିଛି । ତାନସିଂ ନିକଟସ୍ଥ ପାତାଳୀ ନଦୀରେ ଡଙ୍ଗା ବୁଡି ୫ ଜଣ ନିଖୋଜ ସୂଚନା ଆସିଥିଲା । ସୂଚନା ଅନୁସାରେ, ତାନସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ଏକ ଦେଶୀ ଡଙ୍ଗାରେ ବାଡେଲା ଗ୍ରାମକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । 

ଏହା ମଧ୍ୟ ପଢନ୍ତୁ...ନଦୀରେ ଗାଧୋଇବା ହେଲା କାଳ, ନାବାଳକ ମୃତ

ବିବାହ ଭୋଜିରୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଜଣଙ୍କ ମୃତଦେହ ଭାସୁଥିବା ବେଳେ 4 ଜଣ ଏବେବି ନିଖୋଜ ଅଛନ୍ତି  । ନିଖୋଜଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି l ନିଖୋଜ ହୋଇଥିବା ଲାଲମଣୀ ଶିଶା(୨୩), ଶଶୀରେଖା ଆର୍ଲାବ (୨୪) ଓ ନବିନା ଆର୍ଲାବ(୨୫)ଙ୍କ ସମେତ ୩ ନାବାଳିକା ପୁଷ୍ପାଞ୍ଜଳି ଆରଲାବ(୧୪) ଓ ଶାନ୍ତି ସିଶା(୧୩)ଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
 

ଇଟିଭି ଭାରତ, କୋରପୁଟ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.