ଗଛ ତଳେ ଛିଡା ହୋଇଥିବା ବେଳେ ଖସିଲା ମୃତ୍ୟୁ: ଜଣେ ମୃତ, ୨ ଗୁରୁତର

By

Published : May 9, 2023, 7:11 AM IST

thumbnail

କୋରାପୁଟ: ଗଛ ତଳେ ଛିଡା ହୋଇଥିବା ବେଳେ ଖସିଲା ମୃତ୍ୟୁ  । ଚାଲିଗଲା ଜଣଙ୍କ ଜୀବନ  । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ରାଜୁବିଡ଼େଇ ଗ୍ରାମରେ ବଡ ଅଘଟଣ ଘଟିଛି  । ବାହାରେ ବୁଲୁଥିବା ବେଳେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଓ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି  । ଯାହା ସୂଚନା ମିଳିଛି, ଗତକାଲି(ସୋମବାର) ଅପରାହ୍ନରେ ତିନି ଜଣ ଯୁବକ ବିଲ ବାଡିରେ ବୁଲୁଥିଲେ । ଏହି ସମୟରେ ପ୍ରବଳ ବର୍ଷା ସହ ଘଡଘଡ଼ି ମାରିଥିଲା  । ତେଣୁ ସେମାନେ ରାସ୍ତାକଡରେ ଥିବା ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ  ।  ତାହା ହିଁ ତାଙ୍କ ପାଇଁ କାଳ ସାଜିଲା  । ସେମାନେ ଛିଡା ହୋଇଥିବା ବେଳେ ଗଛ ଉପରେ ବିଜୁଳି ପଡିଥିଲା  । ଏଥିରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିଲେ  । ସ୍ଥାନୀୟ ସରପଞ୍ଚ ପିତାମ୍ବର କିର୍ସାନୀ ପହଞ୍ଚି ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ SLN ମେଡିକାଲ ସ୍ଥାନାନ୍ତରିତ କରିଥିଲେ ।

ହେଲେ ମେଡିକାଲରେ ଡାକ୍ତର ରାମ ଦାସ ମୁଦୁଲି ନାମକ ଗୁରୁତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଯୁବକ ପବିତ୍ର ଆଲମାଙ୍ଗ ଓ ରାମଦାସ ଗୁଣ୍ଠା ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଗତ କିଛିଦିନ ଧରି କୋରାପୁଟ ଜିଲ୍ଲାରେ ପ୍ରତିଦିନ ସନ୍ଧ୍ୟା ସମୟରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳୁଛି । ଘଡଘଡି ଓ ବିଜୁଳି ସହ ଭୀଷଣ ବୃଷ୍ଟିପାତ ଜନ ଜୀବନକୁ ପ୍ରଭାବିତ କରୁଛି । 

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.