Baliyatra 2022: ବୈଷ୍ଣବ ପାଣି ମଞ୍ଚରେ ଦ୍ବିଅର୍ଥବୋଧକ ଗୀତକୁ ବିରୋଧ, ମେୟର କହିଲେ ଆଗକୁ ହେବନି

By

Published : Nov 15, 2022, 6:12 PM IST

Updated : Feb 3, 2023, 8:32 PM IST

thumbnail
କଟକ: ଐତିହାସିକ କଟକ ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ଅନୁଷ୍ଠିତ ମେଲୋଡି କାର୍ଯ୍ୟକ୍ରମକୁ ନେଇ ଉଠିଛି ପ୍ରତିବାଦର ସ୍ବର । ଗଣକବି ବୈଷ୍ଣବ ପାଣି ମଞ୍ଚରେ ଦ୍ବିଅର୍ଥବୋଧକ ଗୀତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବୁଦ୍ଧିଜୀବି । ଏଭଳି ଗୀତ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶୋଭା ପାଉନଥିବା କହି କିଛି ଦର୍ଶକ ମଞ୍ଚ ଛାଡି ଚାଲିଯାଇଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୋଲୋଡି ସୋ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହ୍ୟୁମାନ ସାଗର, ମୋ ମା ଗୀତରୁ ଆରମ୍ଭ କରି ପରେ ନିଶ୍ବାସ ତୋ ବିନା ମୋର ଚାଲେନା, ତତେ ଗାଇଦେଲେ ତୁ ଗୀତା ହେଇଯାଉ, ହାଏରେ ଶର୍ମିଲି, ତୋର ସବୁ ନଜର ଲାଗେ ପ୍ରେମ ନଜର, ଜାନୁ ତମେ ଚମକୁଚ ଭଳି ଗୀତ ଗାଇଥିଲେ | ହେଲେ କିଛି ସମୟ ପାଇଁ ମଞ୍ଚରେ ଦ୍ବିଅର୍ଥବୋଧକ ଗୀତ ଗାଇବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର । ମେୟର ସୁବାସ ସିଂ କହିଛନ୍ତି, "ଆଗକୁ ଏଭଳି ହେବନାହିଁ । ଏଦିଗରେ ଆମେ ଯତ୍ନବାନ ହେବୁ ।" ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.