ମହିଳା ସାମ୍ବାଦିକଙ୍କୁ ମାଡ଼ ଘଟଣା: ଏମିିତି ସଫେଇ ଦେଲେ ଟୁଟୁ ନାୟକ...
🎬 Watch Now: Feature Video
କଟକ: ମହିଳା ସାମ୍ବାଦିକଙ୍କୁ ମାଡ଼ ଘଟଣା । ପ୍ରତିକ୍ରିୟା ରଖିଲେ ପ୍ରଯୋଜକ ଟୁଟୁ ନାୟକ । ସେ କହିଛନ୍ତି, "ମୁଁ ଥଟ୍ଟାରେ ଏପରି କରିଥିଲି । ସେ ସେଠାରେ ଛିଡ଼ା ହୋଇଥିବାରୁ ଥଟ୍ଟାରେ ମାରି ସାଇଡ ହେବାକୁ କହିଥିଲି ।" ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଭୁବନେଶ୍ବରରେ ଏକ ସିନେମା ହଲକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା ।
ଏହା ବି ପଢନ୍ତୁ...Etv Bharat କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସର୍ବସମ୍ମୁଖରେ ମାଡ ମାରିଲେ ଟୁଟୁ ନାୟକ
ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ମାଡ଼ ମାରିବା ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଆଧାରରେ ଫିଲ୍ମ ହଲରେ ସିସିଟିଭି ଫୁଟେଜ ଛାନଭିନ କରିଛି ପୋଲିସ । ସେପଟେ ଘଟଣାରେ ପ୍ରତିକ୍ରିୟା ରଖି OFDC ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, "ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରାଯିବା ଦରକାର ।"
ଇଟିଭି ଭାରତ, କଟକ