‘ଦେଶ ପାଇଁ ଶପଥ, 2047 ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର'

🎬 Watch Now: Feature Video

thumbnail

By

Published : Aug 17, 2023, 5:21 PM IST

ପୁରୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ 'ମୋ ମାଟି, ମୋ ଦେଶ' ଅଭିଯାନକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତାଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି। ଶହୀଦଙ୍କ ପରିବାରକୁ ସମ୍ମାନିତ କରାଯାଇଥିବାବେଳେ ସେଠାରେ ଉପସ୍ଥିତ ଜନତାଙ୍କୁ ଶପଥପାଠ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। 

ଏହା ବି ପଢନ୍ତୁ...ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସୀତାରମଣ, ଗୁଲାମୀ ମାନସିକତାରୁ ମୁକୁଳି ଆସିବାକୁ ଦେଲେ ଆହ୍ବାନ

2047 ସୁଦ୍ଧା ଭାରତକୁ ଆତ୍ମନିର୍ଭରଶୀଳ ତଥା ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବାକୁ ଶପଥ ନିଆଯାଇଛି। ଦେଶର ନାଗରିକ ହିସାବରେ ନିଜର କର୍ତ୍ତବ୍ୟ ପାଳନ କରିବା,  ଦେଶର ପରମ୍ପରା ଓ ସଂସ୍କୃତିକୁ ନେଇ ଗର୍ବ ଅନୁଭବ କରିବା, ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ କରିବା ଆଦି ଶପଥ ନିଆଯାଇଛି। ତେବେ ମଞ୍ଚ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରେ ପରେ ଏହାକୁ ଓଡିଆରେ ଅନୁବାଦ କରାଇ ସମସ୍ତଙ୍କୁ ଶପଥ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ସଦାଶିବ ସଂସ୍କୃତି ବିଶ୍ବ ବିଦ୍ୟାଳୟରେ ସମାନ ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଶପଥପାଠ ସମାରୋହ କରାଯାଇଛି। 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.