ରେଭେନ୍ସାରେ ଜମିଲା ନୂଆଖାଇ, ପାରମ୍ପରିକ ଗୀତରେ ଝୁମିଲେ ଛାତ୍ରଛାତ୍ରୀ - ପାରମ୍ପରିକ ଗୀତରେ ଝୁମିଲେ ଛାତ୍ରଛାତ୍ରୀ
🎬 Watch Now: Feature Video
Published : Oct 12, 2023, 10:55 PM IST
କଟକ: ସିଲଭର ସିଟିରେ ନୂଆ ଖାଇ ଭେଟଘାଟ । ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ ଭେଟଘାଟକୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବେଶ ଧୁମଧାମରେ ପାଳନ କରାଯାଇଛି । ପାରମ୍ପରିକ ଗୀତ, ନୃତ୍ୟ ଓ ଖାଦ୍ୟ ପସରା ମେଳିଥିଲା ବିଶ୍ୱବିଦ୍ୟାଳୟର ସେଭେନ ପିଲାର ଠାରେ । ଏହି କାର୍ଯ୍ୟକ୍ରମକୁ ପଶ୍ଚିମ ଓଡିଶା କୁଟୁମ୍ବ ପକ୍ଷରୁ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ 2 ଦିନ ଧରି ଜାରି ରହିବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡିଶାର ଏହି ପର୍ବକୁ ଲୋକାଭିମୁଖୀ କରାଇବା । ବର୍ତ୍ତମାନ ସମୟରେ ଏହି ପର୍ବ ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହେଉଛି । ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏପରି ଭେଟଘାଟ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କ ପଶ୍ଚିମ ଓଡିଶାର ଗଣ ପର୍ବ ପ୍ରତି ଆହୁରି ଉତ୍କୃଷ୍ଟତା ଵୃଦ୍ଧି ପାଇବ ବୋଲି କହିଛନ୍ତି ଆୟୋଜକ କମିଟି । ତେବେ ଏହି କାର୍ଯ୍ୟକ୍ରମରେ ରଙ୍ଗବତୀ ଗାୟକ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ହଲଦର ନାଗ, ମନ୍ତ୍ରୀ ଜିତେନ୍ଦ୍ର ଢୋଲକିଆ ପ୍ରମୁଖ ଉପସ୍ଥିତ ରହିଥିଲେ।
ପଶ୍ଚିମ ଓଡିଶା କୁଟୁମ୍ବର ସଦସ୍ୟଙ୍କ କହିଛନ୍ତି, ‘‘ରେଭେନ୍ସା ଏପରି ଏକ ପ୍ରତିଷ୍ଠାନ ଯେଉଁଠିକୁ ପ୍ରତିବର୍ଷ ରାଜ୍ୟର କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ପଢିବା ନିମନ୍ତେ ଆସିଥାନ୍ତି । ଏହି ତମାମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆଖାଇର ସଦ୍ଭାବନା ବୃଦ୍ଧି କରିବାର ଅର୍ଥ ହେଉଛି ରାଜ୍ୟସାରା ଏହର ବିସ୍ତାର କରିବା । ଆଉ ଯେଉଁ କୃଷକ ଭାଇ ପ୍ରତିଦିନ ପରିଶ୍ରମ କରି ଲୋକଙ୍କୁ ଖାଇବା ଯୋଗାଉଛି ସେମାନଙ୍କ ପାଇଁ ମଧ୍ୟ ଏହି ନୂଆଖାଇ ଭେଟଘାଟ ସମର୍ପିତ ବୋଲି ।’’
ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ନୂଆଖାଇ ଭେଟଘାଟ, ନାଚଗୀତରେ ଝୁମିଲେ ଲୋକେ
ଇଟିଭି ଭାରତ, କଟକ