ଗାଁକୁ ନାହିଁ ପୋଲ: ଭରା ନଦୀରେ ମୃତଦେହ ନେବା ସମୟରେ ଭାସିଗଲେ ସମ୍ପର୍କୀୟ, ଅଳ୍ପକେ ବର୍ତ୍ତିଗଲା ଜୀବନ
🎬 Watch Now: Feature Video
ଫୁଲବାଣୀ: କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ଗୁଞ୍ଜିବାଡି ପଞ୍ଚୟତର ବଗାଡି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଗାଁକୁ ମୃତଦେହ ଧରି ନେବାକୁ ଉଦ୍ୟମ ବେଳେ ଉଛୁଳିଲା ନଦୀ । ଭାସିଗଲେ କଫିନ ସହ ସମ୍ପର୍କୀୟ । ଗାଁ କୁ ଯିବାକୁ ସ୍ଥାୟୀ ରାସ୍ତା କି ପୋଲ ନଥିବାରୁ ତାର ଓ ଦୌଡ଼ି ସହାୟତାରେ ଭରା ନଦୀରେ କଫିନରେ ଥିବା ମୃତଦେହ ପାରି କରିବା ସମୟରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କ. ନୂଆଗାଁ ବ୍ଲକ ବଗାଡି ଗ୍ରାମର ଜଣେ ବୃଦ୍ଧା ପଦ୍ମାବତୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ମୃତଦେହକୁ ନିଜ ଗାଁକୁ ପରିବାର ଲୋକ ନେବା ପାଇଁ କାଲିପେନୁ ନାଳରେ ତାରର ସାହାଯ୍ୟରେ ଭରା ନଈରେ ମୃତ ଶରୀର ନେବା ସମୟରେ ତାର ଛିଣ୍ଡି ଯିବାରୁ କଫିନ ସହ କିଛି ସମ୍ପର୍କୀୟ ନଈରେ ଭାସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ କାଲିପେନୁ ନଦୀ ସେପଟେ ଚାରିଟି ଗାଁ ବଗାଡି, ବ୍ରଡାଲି, ଡ୍ରାକେଲି ଗାଁ ରହିିଛି । ଯେଉଁଠି 90ରୁ ଅଧିକ ପରିବାର ବସବାସ କରନ୍ତି । କିନ୍ତୁ କ.ନୂଆଗାଁରୁ ନିଜ ଗ୍ରାମକୁ ଯିବାପାଇଁ ଚିରସ୍ରୋତା ନାଳ କାଲିପେନୁ ନଦୀ ଥିବାରୁ ଅନେକ ସମୟରେ ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି ।
ଇଟିଭି ଭାରତ, କନ୍ଧମାଳ