Niladri Bije: ବଡଦାଣ୍ଡରୁ ବିଦାୟ ନେଲେ ବଡ ଠାକୁର, ନୀଳକନ୍ଦରକୁ ବିଜେ କଲେ - ନୀଳକନ୍ଦରକୁ ବିଜେ କଲେ ବଳଭଦ୍ର
🎬 Watch Now: Feature Video
ପୁରୀ: ଭକ୍ତଙ୍କ ମେଳରେ ବଡ଼ଦାଣ୍ଡରୁ ବିଦାୟ ନେଲେ ପ୍ରଭୁ ବଳଭଦ୍ର । ରଥ ଉପରୁ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କଲେ । ସନ୍ଧ୍ୟା ଧୂପ ପରେ ଚାରମାଳ ବନ୍ଧାହେବା ପରେ ସ୍ବତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ମହାପ୍ରଭୁ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରାଇଛନ୍ତି । ଏହାପରେ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ବିଜେ କରାଯାଇଥିଲା । ଏହି କ୍ରମରେ ବଳଭଦ୍ର ଗୋଟି ପହଣ୍ଡିରେ ନୀଳକନ୍ଦକୁ ବିଜେ କରିଛନ୍ତି । ପରେ ଦେବୀ ସୁଭଦ୍ରା ପହଣ୍ଡି ହୋଇ ରତ୍ନ ସିଂହାସନକୁ ବିରାଜିବେ । ଶେଷରେ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରିବା ପରେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିବେ । ଉଭୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଭେଟ ହେବେ । ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି ।