thumbnail

By

Published : Jul 1, 2023, 5:59 PM IST

ETV Bharat / Videos

ରତ୍ନ ସିଂହାସନକୁ ଫେରିବେ ଶ୍ରୀଜିଉ, ସଜେଇ ହେଉଛି ସିଂହଦ୍ବାର

ପୁରୀ: ଘୋଷଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ । ଆଉ କିଛି ସମୟ ପରେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାବିଗ୍ରହ । ଏନେଇ ସୁଗନ୍ଧିତ ପୁଷ୍ପମାଳାରେ ସଜେଇ ହୋଇଛି ସିଂହଦ୍ବାର । ରଙ୍ଗବେରଙ୍ଗ ପୁଷ୍ପଗୁଚ୍ଛରେ ଶ୍ରୀମନ୍ଦିର ସଜେଇ ହୋଇଛି । ଦାରୁବ୍ରହ୍ମ ଏହି ଦ୍ବାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ । ପୁଷ୍ପମାଳାରେ ସୁସଜ୍ଜିତ ସିଂହଦ୍ବାରର ଶୋଭା ଦ୍ବିଗୁଣିତ ହୋଇଛି ।  ସେପଟେ ଭକ୍ତ ମଧ୍ୟ ସିଂହଦ୍ବାରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇଉଠିଛି । ଦଲକାଏ ପବନରେ ଦୋଳୀୟମାନ ପୁଷ୍ପର ବାସ୍ନା ପରିବେଶରେ ସୁଗନ୍ଧ ଭରି ଦେଉଛି । ଅନ୍ୟପଟେ ଆଜି ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଭକ୍ତମାନେ ମହାପ୍ରଭୁଙ୍କ ନିକଟରେ ରସଗୋଲା ଭୋଗ ଲାଗି କରିଛନ୍ତି । କେଉଁ ଆଦି କାଳରୁ ଓଡ଼ିଶାରେ ରସଗୋଲା ମହାପ୍ରଭୁଙ୍କ ଭୋଗ ଭାବେ ଲାଗି ହେଉଛି । ଏଣୁ ଭକ୍ତମାନେ ଏହି ଦିବସକୁ ରସଗୋଲା ଦିବସ ଭାବେ ପାଳନ କରିଛନ୍ତି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.