ରେଭେନ୍ସାରେ NAAC ଟିମ, A+ଗ୍ରେଡ ଆଶାରେ ବିଶ୍ୱବିଦ୍ୟାଳୟ

By ETV Bharat Odisha Team

Published : Nov 20, 2023, 10:29 PM IST

thumbnail

କଟକ: ରେଭେନ୍ସା ଗସ୍ତରେ ନାକ୍‌ (NAAC) ଟିମ । ଆଜି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ ଆସ୍ସେସମେଣ୍ଟ ଆଣ୍ଡ ଆକ୍ରୀଡେସନ କାଉନ୍ସିଲ (ନାକ ଟିମ) ପରିଦର୍ଶନରେ ପହଞ୍ଚିଛି । ନାକ୍‌ ମାନ୍ୟତାରେ ଉନ୍ନତି ଆଣିବା କ୍ଷେତ୍ରରେ ରେଭେନ୍ସା କଣ ପଦକ୍ଷେପ ନେଇଛନ୍ତି, ଏନେଇ ଆଜି ଟିକିନିଖି ଅନୁଧ୍ୟାନ କରିଛନ୍ତି ନାକର 5 ଜଣିଆ ଟିମ । ସକାଳୁ ଏହି ଟିମ ବିଶ୍ବବିଦ୍ୟାଳୟରେ ପହଞ୍ଚିବା ପରେ ରେଭେନ୍ସାରେ ଟିମକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ କୁଳପତିଙ୍କ ସହ ଆଲୋଚନା କରିବା ପରେ ଆରମ୍ଭ ହୋଇଥିଲା ବିଭିନ୍ନ ବିଭାଗ ଗସ୍ତ । ଗୋଟିଏ ପରେ ଗୋଟିଏ ପାଠ୍ୟ ବିଭାଗ ବୁଲି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଟିମ ।

ବିଶେଷକରି ଭିତ୍ତିଭୂମି ସହ, ସ୍ବାସ୍ଥ୍ୟା, ଶିକ୍ଷା, ଖାଦ୍ୟ, ପରିମଳ ଓ ବିଭିନ୍ନ ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ନାକ୍‌ ଟିମ । ଅନ୍ୟପକ୍ଷରେ କୁଳପତିଙ୍କ ସମେତ ବିଭିନ୍ନ ବିଭାଗର ଫାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଟିମ । ୨୦୧୬ ମସିହା ଡିସେମ୍ବରରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାକ ମାନ୍ୟତାର ବୈଧତା ଶେଷ ହୋଇସାରିଛି । ଏନେଇ ପୁନଃ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାକ ସମ୍ନାରେ ଆବେଦନ କରିଥିଲେ । ଆବେଦନର ୬ବର୍ଷ ପରେ ନାକ ଟିମ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆସିଛି । ତେବେ ଏହି ଟିମରେ ଅଧ୍ୟକ୍ଷ ଦୀପକ କୁମାର ଶର୍ମା, ବିଜୟ ଫୁଲାରୀ, ମେଥିଲି କେଥାଭରାପୁ, ପ୍ରଫେସର ଅରିନ୍ଦମ ଗୁପ୍ତା ଓ ଜ୍ୟୋତି କିସପୋଟା ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କଲା ନାକ୍‌ ଟିମ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.