ବ୍ୟଞ୍ଜନ ଦ୍ଵାଦଶୀ: ସିଦ୍ଧ ଜଗନ୍ନାଥଙ୍କଠାରେ ଲାଗି ହେଲା ୧୦୨ ପ୍ରକାର ବ୍ୟଞ୍ଜନ - ମନ୍ଦିରରେ ଲାଗି ହେଲା ୧୦୨ ପ୍ରକାର ବ୍ୟଞ୍ଜନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 23, 2023, 9:04 PM IST

Byanjana Dwadasi at Siddha Jagannath temple: କେନ୍ଦୁଝର: ଆଜି ହେଉଛି ବ୍ୟଞ୍ଜନ ଦ୍ଵାଦଶୀ । କିମ୍ବଦନ୍ତୀ ଅନୁସାରେ ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ିଯାଇଛି । ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ିଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ । ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା କ’ଣ କଲେ ନା ନିଜେ ରୋଷେଇ ଘରକୁ ଯାଇଁ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ । ଆଜିର ଦିନରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିବା ବେଳେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ମଠ ମନ୍ଦିରରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । 

ଏହା ବି ପଢନ୍ତୁ- ବ୍ୟଞ୍ଜନ ଦ୍ବାଦଶୀ: ରାଧାକୃଷ୍ଣଙ୍କ ନିକଟରେ ଲାଗି ହେଲା ୮୨୧ ପ୍ରକାର ବ୍ୟଞ୍ଜନ

କେନ୍ଦୁଝର ଜିଲ୍ଲାର ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରରେ ନବକଳେବର ପରଠାରୁ ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଉଛି । ଜିଲ୍ଲାର ସର୍ବପୁରାତନ ଏହି ମନ୍ଦିରରେ ୧୦୦ରୁ ଊର୍ଦ୍ଧ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ । ବିଭିନ୍ନ ପ୍ରକାରର ଭାତ, ଡାଲି, ତରକାରୀ, ଶାଗ ଶୁଦ୍ଧ ଘିଅରେ ପ୍ରସ୍ତୁତ କରାଯାଇଥାଏ । ଏହାସହ ବିଭିନ୍ନ ପ୍ରକାରର ମିଠା ଯେପରିକି ଆରିସା, କାକରା, ପିଠା ତିଆରି କରାଯାଇଥାଏ । କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ବିଭିନ୍ନ ପ୍ରକାରର ବଢି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏହି ଦ୍ଵାଦଶୀ ଦିନ ସିଦ୍ଧ ଜଗନ୍ନାଥଙ୍କୁ ବିଭିନ୍ନ ପ୍ରକାରର ଜଙ୍ଗଲ ଜାତ ଫଳମୂଳ ଆଦି ମଧ୍ୟ ଅର୍ପଣ କରାଯାଇଥାଏ । ଏହି ୧୦୦ରୁ ଊର୍ଦ୍ଧ ବ୍ୟଞ୍ଜନ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରିବା ପରେ ଭକ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥାଏ । ଏହି ସିଦ୍ଧ ଜଗନ୍ନାଥଙ୍କ ପ୍ରସାଦ ନେବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ଼ ଦେଖାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.