ରେଳଷ୍ଟେସନର ଉନ୍ନତିକରଣ କାର୍ଯ୍ୟ, ବୃକ୍ଷ ନକାଟିବାକୁ ଦାବି କଲା ସବୁଜ ବାହିନୀ - ବ୍ରହ୍ମପୁର ସବୁଜ ବାହିନୀ
🎬 Watch Now: Feature Video
ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ପାଇଁ ଷ୍ଟେସନ ନିକଟରେ ରହିଥିବା ତିନୋଟି ବଡ଼ବଡ଼ ବୃକ୍ଷ ନକାଟିବାକୁ ଦାବି କଲା ସବୁଜ ବାହିନୀ । ଯାହାକୁ ସମର୍ଥନ କରିଛନ୍ତି ବ୍ରହ୍ମପୁର ସହରର ବିଭିନ୍ନ ସଙ୍ଗଠନ। ଷ୍ଟେସନର ବିକାଶ ସମୟରେ ବୃକ୍ଷର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ ବୋଲି ବ୍ରହ୍ମପୁର ସବୁଜ ବାହିନୀ ଏକ ଦାବି ପତ୍ର ରେଳଷ୍ଟେସନ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରଦାନ କରାଯାଇଛି। ବୃକ୍ଷର ସୁରକ୍ଷା ପାଇଁ ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ସବୁଜ ବାହିନୀ ପକ୍ଷରୁ ପୂର୍ବତଟ ରେଳବାଇର ଡିଆରଏମଙ୍କ ନିକଟକୁ ବ୍ରହ୍ମପୁର ରେଳ ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଉନ୍ନୟନ ଏବଂ ବିକାଶ ନାମରେ ରେଳ ଷ୍ଟେସନ ପରିସରରେ ରହିଥିବା ଏହି ତିନୋଟି ବଡ଼ ବଡ଼ ଗଛରେ ନୀରିହ ପକ୍ଷୀ ମାନଙ୍କ ବାସସ୍ଥଳ ସାଜିଥିବା ଯୋଗୁଁ ଏହାକୁ ନଭାଙ୍ଗିବା ପାଇଁ ଅନୁରୋଧ କରାଯାଇଛି । ବିନା କାରଣରେ ବିକାଶର ଆଳ ଦେଖାଇ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ଖରା ବର୍ଷାର ସାଥି ସାଜିଥିବା 50 ରୁ ଉର୍ଦ୍ଧ ବୟଷର ଗଛ ଗୁଡିକ କାଟି ଦିଆଗଲା ଏହାର ପ୍ରଭାବ ସମାଜ ଓ ପରିବେଶ ଉପରେ ସିଧାସଳଖ ପଡ଼ିବ ବୋଲି କୁହାଯାଇଛି।
ଇଟିଭି ଭାରତ ବ୍ରହ୍ମପୁର