thumbnail

By ETV Bharat Odisha Team

Published : Nov 1, 2023, 10:49 PM IST

ETV Bharat / Videos

ଆନ୍ଧ୍ରର ଅନୁପ୍ରବେଶ ପରେ ଚେଇଁଲା ପ୍ରଶାସନ, କୋଟିଆରେ ମେଗା ସ୍ବାସ୍ଥ୍ୟ ଶିବିର

କୋରାପୁଟ: କୋଟିଆରେ ମେଗା ସ୍ୱାସ୍ଥ୍ୟ ଶିବିର । କୋଟିଆର ଫାଟୁସେନେରୀରେ ଓଡିଶା ପକ୍ଷରୁ ଆୟୋଜିତ ହୋଇଛି ମେଗା ସ୍ୱାସ୍ଥ୍ୟ ଶିବିର । ଏହା ପଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଚିକିତ୍ସା କରାଯିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଛି । ଏହା ସହ ବ୍ଲକ,ତହସିଲ,ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ ଆଦି ବଭାଗର ଅଧିକାରୀମାନେ ଯୋଗଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । କୋଟିଆ ପଞ୍ଚାୟତର ଫାଟୁସେନେରୀ, ଫଗୁଣସେନେରୀ, ମାଡକର ,ଡୋଲିଆମ୍ବ,ସଲପଗୁଡା ଏବଂ କଣାଦୋରା ଗ୍ରାମବାସୀ ଯୋଗଦେଇଥିଲେ । 

ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ, ସ୍କୁଲ ପ୍ରତିଷ୍ଠା କରିବା ,ସ୍ୱାସ୍ଥ୍ୟ ସେବା ଯୋଗାଇବା,ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ,କୃଷି ଯୋଜନା ଦ୍ୱାରା ଲୋକଙ୍କୁ ସ୍ୱାବଲମ୍ବି କରାଇବା, ଭତା ବଣ୍ଟନ କରିବା ଦେବା ଆଦି ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଲୋକଙ୍କୁ ସେଚେତନ କରା ଯାଇଥିଲେ । ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆର ବିକାଶ ପାଇଁ କିଛି କରାଯାଉନାହିଁ । କେବଳ ପ୍ରଲୋଭିତ କରି ବିଶୃଙ୍ଖଳା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟ ଶିବିର କରି ଅଯଥା ଉଦ୍ୟମ ଚଲାଇଛି । ସେଥିରୁ ଦୂରେଇ ରହିବାକୁ ସ୍ଥାନୀୟ ଜନ ପ୍ରତିନିଧି ମାନେ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ୩୨ ଜଣକୁ ପେନସନ,୪୨ ଜଣକୁ କମ୍ବଳ, ୫୪ ଜଣକୁ ରୋଷେଇ ଉପକରଣ, ୧୩୦ ଜଣକୁ କୁକୁଡା ଚିଆଁ ସହ ୧୭ ଜଣକୁ ମନରେଗା ଜର୍ଡ ବଣ୍ଟନ କରାଯାଇଥିଲା ।



ଇଟିଭି ଭାରତ,କୋରାପୁଟ 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.