ସମ୍ଭାବ୍ୟ ବାତ୍ୟା ପୂର୍ବରୁ ବକ୍ସ ଡ୍ରେନର ସ୍ଥିତି ସମୀକ୍ଷା କଲା ସିଏମସି
🎬 Watch Now: Feature Video
କଟକ: ବକ୍ସ ଡ୍ରେନ୍ ନାଳ ସ୍ଥିତି ସମୀକ୍ଷା କଲେ ମେୟର ଓ କମିଶନର । ଆଗକୁ ଲଘୁଚାପ ଜନିତ ବାତ୍ୟା ସମ୍ଭାବନା ରହିଥିବାରୁ କଟକର ପ୍ରମୁଖ ନାଳରେ ବକ୍ସ ଡ୍ରେନ ନିର୍ମାଣର ସ୍ଥିତି ପରଖିଛନ୍ତି । ପଟାପୋଲଠୁ ମାତୃଭବନ ପର୍ଯ୍ୟନ୍ତ ନିର୍ମାଣଧୀନ ଅବସ୍ଥାରେ ରହିଥିବା ବକ୍ସ ଡ୍ରେନର କାର୍ଯ୍ୟକୁ ତଦାରଖ କରିଛନ୍ତି କମିଶନର ଓ ମେୟର । କଟକର ସବୁଠାରୁ ବଡ ସମସ୍ୟା କହିଲେ ଡ୍ରେନ ସମସ୍ୟାକୁ ବୁଝାଏ । ପ୍ରବଳ ବର୍ଷାରେ ଜଳବନ୍ଦୀ ହୁଏ କଟକ ସହର । ତେଣୁ ଏହାକୁ ନଜରରେ ରଖି ବକ୍ସ ଡ୍ରେନ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଯଦି ବାତ୍ୟା ହୁଏ କିମ୍ବା ପ୍ରବଳ ବର୍ଷା ହୁଏ ସେଥିପାଇଁ ସବୁ ଡ୍ରେନ୍ ସଫା ରଖିବା ପାଇଁ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 450 କୋଟି ଟଙ୍କା ବିନିମୟରେ କଟକରେ ଜାରି ରହିଥିବା ବକ୍ସ ଡ୍ରେନର ନିର୍ମାଣ କାର୍ଯ୍ୟ । ବକ୍ସ ଡ୍ରେନ ନିର୍ମାଣ ହୋଇଗଲେ ଯାତାୟାତ ଆହୁରି ସୁବିଧାଜନକ ହୋଇଯିବ ବୋଲି ମେୟର କହିଛନ୍ତି ।
ଇଟିଭି ଭାରତ, କଟକ