thumbnail

By

Published : Aug 12, 2023, 5:50 PM IST

ETV Bharat / Videos

ଶଦୀଦ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ: ପଞ୍ଚଭୂତରେ ବିଲୀନ ହେଲା ପାର୍ଥିବ ଶରୀର, ପରିବାର ଆଖିରୁ ଶୁଖୁନି ଲୁହ

କେନ୍ଦୁଝର: ଆନନ୍ଦପୁରର ବୀର ଯବାନ୍ ସୁଶାନ୍ତ ମାଓବାଦୀଙ୍କ ଗୁଳିରେ ଶହୀଦ ହୋଇଯାଇଛନ୍ତି । ବୈତରଣୀ କୂଳରେ ଗାଁ ନିକଟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସହିଦ ସୁଶାନ୍ତଙ୍କୁ ମେଲାଣି ଦେଇଛି ସାରା ରାଜ୍ୟ । ନକ୍ସଲ ଗୁଳି ଆଗରେ ଛାତି ଦେଖାଇ ଠିଆ ହୋଇ ଯୁଦ୍ଧ କରିଥିଲେ ସୁଶାନ୍ତ । ଦେହରେ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ନକ୍ସଲକୁ ମୁହଁତୋଡ଼ ଜବାବ ଦେଇଥିଲେ । ଶେଷରେ ନକ୍ସଲଙ୍କ ଗୁଳିରେ ସେ ମାଟି ଉପରେ ଟଳି ପଡ଼ିଥିଲେ । କିନ୍ତୁ ନକ୍ସଲଙ୍କୁ ନିଜ ଲକ୍ଷ୍ୟରେ ସଫଳ ହେବାକୁ ଦେଇନାହାନ୍ତି ସୁଶାନ୍ତ । 

ଯୁଦ୍ଧକ୍ଷେତ୍ରରେ ହିଁ ଶହୀଦ ହୋଇ ଦେଶ ପାଇଁ ଅମର ହୋଇଯାଇଛନ୍ତି ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆ । ତେବେ ଆଜି ତାଙ୍କ ପାର୍ଥିବ ଶରୀର ଜନ୍ମମାଟି ଆନନ୍ଦପୁରକୁ ଅଣାଯାଇ ସେଠାରେ ଅନ୍ତିମ ବିଦାୟ ଦିଆଯାଇଛି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅଶ୍ରୁଳ ବିଦାୟ ନେଇଛନ୍ତି ଗାଁ ମାଟିର ଗୌରବ । ‘ଶହୀଦ ସୁଶାନ୍ତ ଅମର ରହେ’ ଧ୍ୱନିରେ ସାରା ଗାଁ ପ୍ରକମ୍ପିତ ହେଉଥିଲା । ତାଙ୍କୁ ଲୁହଭିଜା ଆଖିରେ ବିଦାୟ ଦେଇଛନ୍ତି ପରିବାର ସାଙ୍ଗସାଥୀ, ଗ୍ରାମବାସୀ ଏବଂ ସହକର୍ମୀ ।


ଏହା ବି ପଢନ୍ତୁ...ଝାଡ଼ଖଣ୍ଡରେ ଶଦୀଦ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଶହୀଦ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ପରିବାର ଲୋକଙ୍କ ଶେଷ ଦର୍ଶନ ପରେ ତାଙ୍କୁ ମୁଖାଗ୍ନି ଦିଆଯାଇଛି । ଶହୀଦଙ୍କୁ ଶେଷ ଦର୍ଶନ କରିବାକୁ ଜିଲ୍ଲାର ବହୁ ବିଧାୟକ, ବିଭିନ୍ନ ଦଳର ବରିଷ୍ଠ ନେତା ଓ ସାମାଜିକ କର୍ମୀମାନେ ଆନନ୍ଦପୁରକୁ ଆସିଥିଲେ। 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.