Mangala alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ
🎬 Watch Now: Feature Video
Published : Nov 6, 2023, 6:57 AM IST
ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ । ଭାବ ବିନୋଦିଆ କାଳିଆ ଠାକୁରକୁ ଦେଖିବାକୁ ଆତୁର ଭକ୍ତର ମନ । ତାର ଚକା ନୟନକୁ ଅନାଇଲେ ଭକ୍ତର ଆଖି ବି ଓଦା ହୋଇଯାଏ । ପ୍ରତିଦିନ ବଡ଼ି ଭୋରୁ ମହାପ୍ରଭୁଙ୍କ ନିକଟରେ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ଆଳତୀ କରିଥିଲେ ସେବାୟତ । ଘଣ୍ଟି ଧୂପ, ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି କୁହାଯାଏ ।
ଇଟିଭି ଭାରତ, ପୁରୀ