Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ଭାବ ବିନୋଦିଆ କାଳିଆ ଠାକୁର
🎬 Watch Now: Feature Video
ପୁରୀ: ଅନାଥର ନାଥ ଜଗତରନାଥ ଜଗନ୍ନାଥ । କୋଟି ଓଡିଆଙ୍କ ମଉଡମଣି । ଭକ୍ତର ଭାବରେ ବନ୍ଧା କାଳିଆ ସାଆନ୍ତେ । ଭାବ ବିନୋଦିଆ କାଳିଆ ଠାକୁରକୁ ଦେଖିବାକୁ ବ୍ୟାକୁଳ ଭକ୍ତର ମନ । ତାର ଚକା ନୟନକୁ ଅନାଇଲେ ଓଦା ହୋଇଯାଏ ଭକ୍ତର ଆଖି । ପ୍ରତିଦିନ ବଡ଼ି ଭୋରୁ ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଦ୍ବାରଫିଟା ନୀତି ସମ୍ପର୍ଣ୍ଣ ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଛି । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ଆଳତୀ କରିଛନ୍ତି ସେବାୟତ । ଘଣ୍ଟି ଧୂପ,ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ସକାଳୁ ସକାଳୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସମାଗମ ହୋଇଛି । ମଙ୍ଗଳ ଆଳତୀ ଦର୍ଶନ କଲେ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ ।
ଇଟିଭି ଭାରତ, ପୁରୀ