ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ - ମଙ୍ଗଳ ଆଳତୀ

🎬 Watch Now: Feature Video

thumbnail

By

Published : Apr 26, 2023, 6:47 AM IST

ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର ନାଥ ସେ ଜଗନ୍ନାଥ । କୋଟି ଓଡ଼ିଆଙ୍କ ମଉଡମଣୀ । ତା'ର ଚକାଆଖିକୁ ଚାହିଁଦେଲେ ଭାବ ବିହ୍ବଳ ହୋଇପଡନ୍ତି ଭକ୍ତ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତିଦିନ ମଙ୍ଗଳ ଆଳତୀ କରାଯାଏ । ଯାହାର ମାହାତ୍ମ୍ୟ ବେଶ୍ ଅଧିକ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ପ୍ରଭାତରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଛି । ଏହାପରେ ନୀତି ଅନୁସାରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ ସହିତ କରାଯାଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ  । ଓଁ ନମଃ ଭଗବତେ ବାସୁଦେବାୟ ସହ ଜୟ ଜଗନ୍ନାଥ ସ୍ବାମୀ ଧ୍ବନିରେ କମ୍ପି ଉଠିଛି ଶ୍ରୀମନ୍ଦିର  । ତେବେ ସକାଳୁ ସକାଳୁ ଏହି ଆଳତୀ ଦର୍ଶନ କରେ ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି  । ପ୍ରଭାତରୁ କରନ୍ତୁ ମହାପ୍ରଭୁଙ୍କ ଦିବ୍ୟ ଆଳତୀ ଦର୍ଶନ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.