Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ
🎬 Watch Now: Feature Video
Published : Oct 22, 2023, 7:26 AM IST
ପୁରୀ: ଅନାଥର ନାଥ ଶ୍ରୀ ଜଗନ୍ନାଥ । କିଏ ତାକୁ କାଳିଆ ସାଆନ୍ତ ଡାକେ ତ ପୁଣି କିଏ ଶ୍ରଦ୍ଧାରେ ଭାବ ବିନୋଦିଆ । ପ୍ରତିଦିନ ଭୋରୁ ଶ୍ରୀମନ୍ଦିରରେ ପତିତପାବନଙ୍କ ନିକଟରେ ଆଳତୀ କରାଯାଇଥାଏ । ଏହି ଆଳତୀ ଦର୍ଶନ କଲେ ପାପ କ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ସମ୍ପର୍ଣ୍ଣ କରାଯିବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ଆଜି ଭୋରୁ ସେବାୟତମାନଙ୍କ ଦ୍ବାରା ହରିବୋଲ କହି ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାସହ ଘଣ୍ଟି ଧୂପ,ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । କୋଟି ଓଡିଆଙ୍କ ବିଶ୍ବାସ ଭାଜନର ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ । ସକଳ ତୀର୍ଥ ତୋଚରଣେ । ପ୍ରତ୍ୟେକ ଭକ୍ତ ପାପରୁ ମୁକ୍ତି ପାଇବା ପାଇଁ ପତିତପାବନଙ୍କ ନିକଟରେ ଗୁହାରି କରିଥାନ୍ତି । କାଳିଆ ସାଆନ୍ତଙ୍କୁ ଦର୍ଶନ କରିବା ପାଇଁ ଆତୁର ଭକ୍ତ । ଦୂରଦୂରାନ୍ତର ସାତ ଦରିଆ ତେର ନଇ ଡେଇଁ ଆସିଥାନ୍ତି ଭକ୍ତ ।
ଇଟିଭି ଭାରତ, ପୁରୀ