thumbnail

By

Published : May 31, 2023, 9:32 AM IST

ETV Bharat / Videos

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ମାରି ଜୀବନ ହାରିଲା ସ୍ବାମୀ

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ଜୀବନ ହାରିଲେ ସ୍ବାମୀ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ମୁଲଣା ସାହି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଗ୍ରାମର ଭାସ୍କର ସାମଲ ନାମକ ଜଣେ ଯୁବକ ଏବଂ ସ୍ତ୍ରୀ ସସ୍ମିତା ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ପାରିବାରିକ କଳହ ଦେଖାଦେଇଥିଲା । ଏଥିରେ ଅତିଷ୍ଠ ହୋଇ ଭାସ୍କର ସ୍ତ୍ରୀକୁ ଶୋଇବା ଘର ଭିତରେ କଟୁରୀରେ ହାଣି ହତ୍ୟା କରିଥିଲେ । ହତ୍ୟାପରେ ସ୍ତ୍ରୀର ମୃତଦେହ ଛାଡ଼ି ଗ୍ରାମ ପାଖ ବିଲରେ ଜୀବନ ହାରିଛନ୍ତି । 

ଏହି ଘଟଣା ଗ୍ରାମବାସୀ ଜାଣିଲା ପରେ ଧାମନଗର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିବା ସହିତ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ ଜାରି ରଖିଛି । ତେବେ ଭାସ୍କର ପ୍ରାୟ 16 ବର୍ଷ ପୂର୍ବରୁ ଚୁଡାକୁଟି ପଞ୍ଚାୟତର ସସ୍ମିତାଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ବିଭିନ୍ନ ସମୟରେ ପାରିବାରିକ କଳହ ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ ବୋଲି ଜଣାପଡିଛି। ଯାହାକୁ ବାପା ଘର ଲୋକ ସ୍ଥାନୀୟ ଲୋକଙ୍କ ମାର୍ଫତରେ ବୁଝାସୁଝା କରିଥାନ୍ତି । ହେଲେ ହଠାତ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 
 

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.