thumbnail

By ETV Bharat Odisha Team

Published : Jan 17, 2024, 10:00 AM IST

ETV Bharat / Videos

ଗୋପାଳପୁରରେ ଚାଲିଛି ମକର ମହୋତ୍ସବ, ଆସନ୍ତା 25ରୁ ଜମିବ ବେଳାଭୂମି ମହୋତ୍ସବ

Makara mahotsav 2024: ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ମକର ମହୋତ୍ସବ ପାଳନ କରାଯାଇଛି । ଏହି ନିର୍ବାଚନମଣ୍ଡଳୀରେ ବହୁ ତେଲୁଗୁ ଭାଷାଭାଷୀର ଜନସାଧାରଣ ବାସବାସ କରୁଥିବା ଯୋଗୁଁ ପ୍ରଥମଥର ପାଇଁ ଏହି ମହୋତ୍ସବର ଆୟୋଜନ କରାଯାଇଥିବା କହିଛନ୍ତି ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା । 

ଏହାମଧ୍ୟ ପଢନ୍ତୁ.. ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ଭଦ୍ରକ, ଗୁଡି ଉଡ଼ାଇଲେ ଲୋକେ

ମକର ମହୋତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ବହୁ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ ।

ସେପଟେ ଆଗାମୀ ନିର୍ବାଚନ ସହିତ ଅନ୍ୟାନ୍ୟ ବିଷୟକୁ ନେଇ ଜିଲ୍ଲା ପ୍ରଶାସନ ବ୍ୟସ୍ତ ରହିଥିବାରୁ ଗୋପାଳପୁର ବେଳାଭୂମି ମହୋତ୍ସବ ବିଳମ୍ୱରେ ପାଳନ ହେବା ନେଇ କହିଛନ୍ତି ବିଧାୟକ ବିକ୍ରମ ପଣ୍ଡା । ଚଳିତ ମାସର ୨୫ ତାରିଖ ଠାରୁ ୨୮ ତାରିଖ ପ୍ରର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ କରାଯିବାକୁ ସ୍ଥିର ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । 



ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.