manipur violence: ଦୋଷୀଙ୍କୁ ଫାଶୀ, ମୋଦିଙ୍କ ଇସ୍ତଫା ଦାବି କଲା କଂଗ୍ରେସ - ମଣିପୁରର ଲଜ୍ୟାଜନକ ଘଟଣା

🎬 Watch Now: Feature Video

thumbnail

By

Published : Jul 28, 2023, 9:07 PM IST

କଟକ: ଥମିବାର ନାଁ ନେଉନି ମଣିପୁରର ଲଜ୍ୟାଜନକ ଘଟଣା । ମଣିପୁର ଘଟଣାକୁ ନେଇ ଥମୁନି ଉତ୍ତେଜନା । ଏହି ଘଟଣାର ପ୍ରତିବାଦରେ କଂଗ୍ରେସର ସାରା ରାଜ୍ୟରେ ଅନ୍ଦୋଳନ ଜାରି କରିଛି । ମଣିପୁର ଘଟଣାରେ ଜଡ଼ିତ ସମସ୍ତ ଦୋଷୀଙ୍କୁ ଫାଶୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବିରେ କଟକ ମହିଳା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମହିଳା କଂଗ୍ରେସ କର୍ମକର୍ତ୍ତାମାନେ କଲେଜ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । 

ମହିଳା କଂଗ୍ରେସ କର୍ମକର୍ତ୍ତା କଳ୍ପନା ସେନ କହିଛନ୍ତି, ମଣିପୁରରେ ହିଂସା ପାଇଁ କେବଳ ଦାୟୀ ହେଉଛନ୍ତି କେନ୍ଦ୍ର ସରକାର । ଦୁଇ ଆଦିବାସୀ ମହିଳାଙ୍କୁ ଯେଉଁ ପରି ଭାବରେ ନିର୍ବସ୍ତ୍ର କରି ପରେଡ୍‌ କରାଗଲା ତାହା ଦେଶ ପ୍ରତି ଏକ ଲଜ୍ୟାଜନକ ଘଟଣା । ଯଦି ମୋଦି ସରକାର ପରିସ୍ଥିତିକୁ ଆୟତ୍ତ କରିବାରେ ବିଫଳ ହେଉଛନ୍ତି । ତେବେ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ମଣିପୁର ହିଂସାକୁ ରୋକିବା ପାଇଁ ଦାବି କରିଛନ୍ତି ମହିଳା କଂଗ୍ରେସ । ଦେଶରେ ବର୍ତ୍ତମାନ ମହିଳା ମାନଙ୍କର ବିକାଶକୁ ନେଇ ସରକାର ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ବାସ୍ତବରେ ବେଶ ଚିନ୍ତାଜନକ । କାହିଁକି ନା ମଣିପୁରରେ ଘଟିଥିବା ଅଘଟଣ ହିଁ ଏହାକୁ ସ୍ପଷ୍ଟ କରିଛି । ସରକାର ବେଟି ବଚାଓ ଅଭିଯାନ କରି ବେଟିଙ୍କ ସୁରକ୍ଷା ନକରି ହାତବାନ୍ଧି ବସିବା ଲଜ୍ୟାଜନକ ଘଟଣା । 
 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.