thumbnail

ରୂପା ପିଚକରୀରେ ରଙ୍ଗ ହେଲେ ପ୍ରଭୁ ଜଗନ୍ନାଥ

By

Published : Mar 8, 2023, 9:05 PM IST

ଗାନ୍ଧୀନଗର: ଆଜି ଚାରିଆଡେ ହୋଲି ପାଳିତ ହୋଇଯାଇଛି । ସମସ୍ତେ ଏହି ପର୍ବକୁ ବହୁତ ଉତ୍ସାହର ସହ ପାଳନ କରୁଛନ୍ତି । ଏଥିସହ ସମସ୍ତ ପୂଜା ସ୍ଥାନରେ ଠାକୁରଙ୍କୁ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗଉଛନ୍ତି । ସେହିପରି ଆଜି ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ପୁଷ୍ପ ଉତ୍ସବ ସହିତ ରଙ୍ଗ ଉତ୍ସବ ମଧ୍ୟ ଖେଳିଛନ୍ତି । ଏନେଇ ସହରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଭଗବାନ ଜଗନ୍ନାଥଙ୍କ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କୁ ପାରମ୍ପାରିକ ଭାବରେ ରୂପା ରଙ୍ଗରେ ରଙ୍ଗ କରନ୍ତି । ହେଲେ ଏହି ବର୍ଷ ଭଗବାନ ଜଗନ୍ନାଥଙ୍କୁ ରୂପାର ପିଚକାରୀ ଏବଂ ଫୁଲରେ ମନ୍ଦିରର ଟ୍ରଷ୍ଟି ମହେନ୍ଦ୍ର ଝା ଏବଂ ମନ୍ଦିରର ସାଧୁ ସନ୍ଥଙ୍କ ଦ୍ୱାରା ରଙ୍ଗ ମାରିଛନ୍ତି । ଏହି  ପୁଷ୍ପ ଉତ୍ସବରେ 500 କିଲୋଗ୍ରାମର ଗୋଲାପ ଓ ସୂର୍ଯ୍ୟମୁଖୀ ଏବଂ ରଙ୍ଗ ଉତ୍ସବ ପାଇଁ 500 କିଲୋଗ୍ରାମର ବିଭିନ୍ନ ରଙ୍ଗ ଅଣାଯାଇଥିଲା।  ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.