ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଝୁରୁଛି ଶରଧାବାଲି, ହସୁଛି ସିଂହଦ୍ବାର

By

Published : Jun 28, 2023, 8:20 PM IST

Updated : Jun 28, 2023, 8:31 PM IST

thumbnail

ପୁରୀ: ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀକୁ ଫେରିଛନ୍ତି ମହାପ୍ରଭୁ । ସିଂହଦ୍ବାରରେ ଲାଗିଲା ତିନି ରଥ । ପ୍ରଥମେ ପ୍ରଭୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଆସି ପହଞ୍ଚି ଥିବାବେଳେ । ପଛରେ ଆସି ପହଞ୍ଚିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ଭକ୍ତଙ୍କ ମେଳରେ ଗହଳି ଲଗାଇ ଆସିଲେ ମହାବାହୁ । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ସିଂହଦ୍ବାରରେ ଲଗାଇେ । 

ତାଙ୍କ ରଥ ଦଉଡ଼ିକୁ ଛୁଇଁ ଭାବବିହ୍ବଳ ହୋଇପଡ଼ିଛନ୍ତି ଭକ୍ତ । ଘଣ୍ଟ, ଶଙ୍ଖ ଓ ହୁଳହୁଳି ନାଦ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ ଉଛୁଳୁଛି ଶ୍ରୀକ୍ଷେତ୍ର ।  ରଥରେ ବିଶ୍ବନିୟନ୍ତାଙ୍କ ଦିବ୍ୟ ଦର୍ଶନ କରି କୃତାର୍ଥ ମନେ କରୁଛନ୍ତି ଭକ୍ତ । ଜଗାକୁ ଦେଖି ବଡ଼ଦାଣ୍ଡରେ ନାଚି ଉଠୁଛନ୍ତି ନର୍ତ୍ତକୀ । ଖାଲି ନର୍ତ୍ତକୀ କାହିଁକି କାଳିଆ ସୁନାକୁ ଦେଖି ଭକ୍ତଙ୍କ ପାଦ ମଧ୍ୟ ନାଚି ଯାଉଛି ।  ତେବେ ଚଳିତ ବର୍ଷ ସମସ୍ତ ନୀତିକାନ୍ତି ସଅଳ ଚାଲିଥିଲା । ଏଥର ତିନି ଘଣ୍ଟା ଆଗରୁ ରଥ ଟଣା ଆରମ୍ଭ ହୋଇଥିଲା ।

Last Updated : Jun 28, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.