ଇଟିଭି ଭାରତର ମହାପ୍ରଭାବ: ଅଘୋରୀ ମଠର ଉନ୍ନତିକରଣ ପାଇଁ ପ୍ରକ୍ରିୟା ଆରମ୍ଭ, ଆଜି ହେବ ଶିଳାନ୍ୟାସ

By ETV Bharat Odisha Team

Published : Nov 19, 2023, 9:49 AM IST

thumbnail

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ସୁକୁଣ୍ଡା ଅଘୋରୀ ମଠର ଉନ୍ନତିକରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପ୍ରାୟ ୩୦୦ ବର୍ଷର ପୁରାତନ ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଅଘୋରୀ ମଠ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା । ମଠରେ ଅଧିଷ୍ଠିତ ଶ୍ରୀଜିଉମାନଙ୍କ ଠାରେ ଦୈନିକ ଗୋଟିଏ ଓଳି ଭୋଗ ହେଲେ ଅନ୍ୟ ଓଳିଏ ଉପବାସରେ ରହୁଥିଲେ ଏବଂ ବର୍ଷା ହେଲେ ମହାପ୍ରଭୁଙ୍କ ଉପରେ ପାଣି ପଡୁଥିଲା  । ଏ ସମ୍ପର୍କରେ ପ୍ରଥମେ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ଏହାକୁ ନେଇ ବ୍ରହ୍ମପୁର ସହରର ବରିଷ୍ଠ ନାଗରିକ ମଞ୍ଚ ଏବଂ ଆଖପାଖ ଅଞ୍ଚଳର ବ୍ୟକ୍ତିବିଶେଷ ମଠର ବିକାଶ କରିବା ପାଇଁ ଆଗେଇ ଆସିଥିଲେ । ଏହାପରେ ଅଘୋରୀ ମଠ ଉନ୍ନୟନ କମିଟି ଗଠନ କରାଯାଇ ପୁରାତନ ମଠର କିଭଳି ବିକାଶ ହୋଇପାରିବ ସେନେଇ ସ୍ଥାନୀୟ ପ୍ରଶାସନ, ଜନପ୍ରତିନିଧି ଏବଂ ଫାଇଭ-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ: ବିକାଶ ଆଢୁଆଳରେ ଅଘୋରୀ ମଠ; ୩୦୦ ବର୍ଷ ପୂର୍ବେ ସ୍ଥାପନ ହୋଇଥିଲେ ଶ୍ରୀଜିଉ, ଓଳିଏ ଖାଇଲେ ଓଳିଏ ଉପାସରେ ମହାପ୍ରଭୁ

ପରେ କୁକୁଡାଖଣ୍ଡି ପଞ୍ଚାୟତ ସମିତିର ଏକ ଟିମ ବ୍ଲକର ଇଞ୍ଜିନିୟରମାନଙ୍କ ଉପସ୍ଥିତିରେ ମଠ ଅଞ୍ଚଳକୁ ପରିକ୍ରମା କରିଥିଲେ । ଯାହାଫଳରେ ଏବେ ଅଘୋରୀ ମଠର ଉନ୍ନତିକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଆଜି ଅଘୋରୀ ମଠର ପାହଡ ପାଦଦେଶରେ ମହାପ୍ରଭୁଙ୍କ ଅସ୍ଥାୟୀ ମଣ୍ଡପର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାକୁ ସ୍ଥିର ହୋଇଛି । ଏହି ଅବସରରେ ଅଘୋରୀ ମଠର ବିକାଶ ପାଇଁ ଅନୁଧ୍ୟାନ କରିଥିବା ଟିମ୍ ଏବଂ ଏହାର ଉନ୍ନତିକରଣ ପାଇଁ ଆଗେଇ ଆସିଥିବା କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.