thumbnail

By

Published : Jul 10, 2023, 6:14 PM IST

ETV Bharat / Videos

ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଡେରାଡୁନ: ଲଗାଣ ବର୍ଷା ଯୋଗୁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଅଲମୋଡା ଜିଲ୍ଲାରୁ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ପାହାଡ଼ ଧସିଥିବା ଦେଖିବାକୁ ମିଳିଛି। ସେହି ଘାଟି ରାସ୍ତା ଦେଇ ଏକ ବସ୍ ଯିବା ସମୟରେ ହଠାତ୍ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ତେବେ ବସରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

ଏହି ଦୃଶ୍ୟ ଉତ୍ତରାଖଣ୍ଡର ଅଲମୋଡ଼ ଜିଲ୍ଲାର ହୋଇଥିବା କୁହାଯାଉଛି। ପାହାଡ଼ ଧସିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିବା ଜଣା ପଡିଛି। ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଥିବାବେଳେ ଭୁସ୍ଖଳନ ଯୋଗୁ  ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ଭୁସ୍ଖଳନ ସମୟର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। 

ଏହା ମଧ୍ୟ ପଢନ୍ତୁ...ହିମାଚଳରେ ସ୍ଥିତି ଅଣାୟତ; ବ୍ରିଜ ଉପରେ ଲହଡି, ମନ୍ଦିରରେ ପଶିଲା ପାଣି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.