Bahuda Yatra 2023 : ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ ନାରାୟଣ ଭେଟ, ଅଭିମାନ କରିଛନ୍ତି ଚଞ୍ଚଳା

By

Published : Jun 28, 2023, 6:38 PM IST

thumbnail

ପୁରୀ: ବଡ଼ଦାଣ୍ଡରେ ଅଟକିଲା ନନ୍ଦିଘୋଷ । ଶ୍ରୀନଅର ନିକଟରେ ଶ୍ରୀ ଜଗନ୍ନାଥଙ୍କୁ ଭେଟିଲେ ଲକ୍ଷ୍ମୀ ସାଆନ୍ତାଣି । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ନୀ ନାରାୟଣ ଭେଟ ହୋଇଛି । ମହାଜନ ସେବକମାନେ ଲକ୍ଷ୍ମୀ ନାରାୟଣଙ୍କୁ ପାଟବସ୍ତ୍ର, ପୁଷ୍ପ , ଅଳଙ୍କାଳରେ ବେଶ କରାଇ ସାତ ପାହାଚ ଦ୍ବାରଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ପାଲିଙ୍କିକୁ ଆନନ୍ଦ ବଜାର ସ୍ଥିତ ଚାହାଣୀ ମଣ୍ଡପକୁ ନିଆଯାଇଥିଲା । ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହେବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ ମହାପ୍ରଭୁଙ୍କ ନିକଟରେ ପହଞ୍ଚିଥିଲା । ଶ୍ରୀନଅର ସିଂହଦ୍ବାରରେ ଗଜପତି ମହାରାଜ ଉପସ୍ଥିତ ରହି ଲକ୍ଷ୍ମୀ ନାରାୟଣ ଭେଟ କରାଇଥିଲେ । ଦହିପଟି ମୋହଣି ପରେ ଗଡପତିଙ୍କ ହସ୍ତରେ ମା' ଲକ୍ଷ୍ମୀ ବିଜେ ହୋଇ ଜଗନ୍ନାଥଙ୍କ ସହ ଭେଟ ହୋଇଛନ୍ତି । ଏହାପରେ ମହାପ୍ରଭୁଙ୍କ ଠାରୁ ଅଧର ଚମ୍ବୁତ ମାଳ ମିଳିଛି । ହେଲେ ମହାପ୍ରଭୁ ରଥରେ ନେଇ ନଥିବାରୁ ଅଭିମାନ କରିଛନ୍ତି ଚଞ୍ଚଳା ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.