ମହିଳା ASI ଅଲିସ ଲୁଗୁନ ମୃତ୍ୟୁ ମାମଲା, ସାର୍ବଜନୀନ ହେଉନାହିଁ ପୋଷ୍ଟମୋର୍ଟମ ରିପୋର୍ଟ - ଅଲିସ ଲୁଗୁନ ମୃତ୍ୟୁ ସାର୍ବଜନୀନ ହେଉନି ରିପୋର୍ଟ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 10, 2023, 10:48 PM IST

ରାଉରକେଲା:  ମହିଳା ASI ଅଲିସ ଲୁଗୁନଙ୍କ ମୃତ୍ୟୁ ମାମଲା ଉପରୁ ଉଠିନି ପରଦା । ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣାକୁ  ଦଶ ଦିନ ବିତିସାରିଥିଲେ ମଧ୍ୟ ପୋଷ୍ଟମୋର୍ଟାମ ରିପୋର୍ଟ ସମ୍ନାକୁ ଆସିନାହିଁ ।  ପରିବାର ଲୋକେ ମୁଖ୍ୟ ଅପରାଧୀଙ୍କୁ ଯଥା ସମ୍ଭବ ଗିରଫ ପାଇଁ ଦାବି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ତେବେ ପୋଲିସ ସଠିକ ତଦନ୍ତ ନକରି ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନକରି ଘଟଣାକୁ ଅନ୍ୟ ଆଡେ ମୋଡିବାକୁ ଚେଷ୍ଟା କରୁଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସଠିକ ତଦନ୍ତ ନେଇ ଦାବି କରିଛନ୍ତି । ରାଉରକେଲା ପୋଲିସ SP କହିଛନ୍ତି ଯେ, ପୋଷ୍ଟମୋର୍ଟାମ ରିପୋର୍ଟ ଆସିଯାଇଛି ଏବଂ ଏହାକୁ ପୁଣିଥରେ ସଠିକ ରୂପରେ ତଦନ୍ତ ଏବଂ ତଦାରଖ କରାଯିବ । ଏହାପରେ ଯାଇ ପୋଷ୍ଟମୋର୍ଟାମ ରିପୋର୍ଟ ସମ୍ପର୍କରେ ଅବଗତ କରାଯିବ । ତେବେ କେଉଁ କାରଣରୁ ପୋଷ୍ଟମୋର୍ଟମ ରିପୋର୍ଟକୁ ସାର୍ବଜନୀନ କରାଯାଉନାହିଁ  ତାକୁ ନେଇ ପ୍ରଶ୍ନ ଉଠୁଛି ।  ମାଡ଼ ଯୋଗୁଁ ମୃତ୍ୟୁ ହୋଇଥିବା କଥା ଉଲ୍ଲେଖ ରହିଛି ନା ଅନ୍ୟ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । 

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ଘଟଣା ପରେ ଗାଡି ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ, ସମାଧାନ କରିବାକୁ ଯାଇ ମହିଳା ASIଙ୍କ ଜୀବନ ଗଲା

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.