ପାରାଦ୍ୱୀପ ବନ୍ଦରର ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

By ETV Bharat Odisha Team

Published : Nov 22, 2023, 8:01 PM IST

thumbnail

ପାରାଦ୍ବୀପ: ପାରାଦ୍ୱୀପ ବନ୍ଦରର ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଶୋଷଣ କରିଥିବା ଅଭିଯୋଗ କରି ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ଶ୍ରମିକ । ଫଳରେ ଆଜି ବନ୍ଦରର ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଶ୍ରମିକ ମାନଙ୍କ କହିବା ଅନୁଯାୟୀ ପାରାଦ୍ୱୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ପାଖାପାଖି 70 ପ୍ରତିଶତ କର୍ମଚାରୀଙ୍କୁ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ଠିକା କର୍ମଚାରୀ ମାନଙ୍କୁ ଶୋଷଣ କରିବା ସହିତ ଅବହେଳା ପଦର୍ଶନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଆନ୍ଦୋଳନ ମୁହାଁ ରାଜ୍ୟ ଘରୋଇ ମାଲିକ ସଂଘ, ଆଜି ବିଧାନସଭା ସମ୍ମୁଖରେ ଧାରଣା

ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ଶ୍ରମିକ ମାନେ ପାଞ୍ଚବର୍ଷରୁ ଏଠାରେ କାମ କରି ଆସୁଛନ୍ତି । ତାହା ସତ୍ତ୍ବେ ମଧ୍ୟ କମ୍ପାନୀ ପକ୍ଷରୁ ବୋନସ କିମ୍ବା ଅନ୍ୟ କିଛି ରାଶି ପ୍ରଦାନ କରାଯାଉନାହିଁ । ସେହିଭଳି କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କୁ ରାତ୍ରୀ କାର୍ଯ୍ୟ ପାଇଁ ନିୟୋଜିତ କରାଯାଉଥିଲେ ମଧ୍ୟ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଅତିରିକ୍ତ ଅର୍ଥ ପ୍ରଦାନ କରୁନାହାନ୍ତି । ଠିକା ଶ୍ରମିକ ମାନଙ୍କୁ ବିଶ୍ରାମ ପାଇଁ ମଧ୍ୟ ଘର ଦିଆଯାଉନାହିଁ । ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜ୍ଞାତସାରରେ ଶ୍ରମିକ ମାନଙ୍କୁ ଏହିଭଳି ହଇରାଣ ହରକତ କରାଯାଉଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।

5 ଦଫା ଦାବିରେ ଆଜି ଶ୍ରମିକ ମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ପୂର୍ବରୁ ମଧ୍ୟ କାର୍ଗୁ ଟର୍ମିନାଲ ସମ୍ମୁଖରେ ଶ୍ରମିକ ମାନେ ଧାରଣା ଦେଇଥିଲେ । କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ସହିତ ଆଲୋଚନା କରି ଦାବି ପୂରଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଦାବି ପୂରଣ ନ ହେବାରୁ ଆଜି ପୁଣି ଶାନ୍ତି ପୂର୍ଣ୍ଣ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । 

ଇଟିଭି ଭାରତ,ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.