କୁମାରପୂର୍ଣ୍ଣିମାରେ ଉତ୍ସବମୁଖର ଗଞ୍ଜାମ, ଘରେ ଘରେ ତାସ ଖେଳର ଆସର - ଗଞ୍ଜାମରେ କୁମାର ପୂର୍ଣ୍ଣିମା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/28-10-2023/640-480-19881721-thumbnail-16x9-bmp.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 28, 2023, 8:16 PM IST
ବ୍ରହ୍ମପୁର: କୁମାରପୂର୍ଣ୍ଣିମାରେ ଘରେ ଘରେ ଜମୁଛି ତାସଖେଳର ଆସର । ଗୋଟିଏ ପଟେ ଚନ୍ଦ୍ରଗ୍ରହଣ ରହିଥିବାରୁ ସକାଳ ସମୟରୁ ହିଁ ସମସ୍ତ ପ୍ରକାର ପୂର୍ଣ୍ଣିମାର ପୁଜା ବିଧି ଶେଷ କରିବା ପରେ ମହିଳା ମାନେ ସାମୂହିକ ଭାବରେ ତାସ ଖେଳି ପିଠା ମିଠା ଖାଇବା ସହିତ ଏହାର ମଜ୍ଜା ନେଉଛନ୍ତି । ନିଜର ପରିବାର ତଥା ବନ୍ଧୁ ପରିଜନଙ୍କ ସହିତ ପାରମ୍ପରିକ ରୀତିନୀତିରେ ତାସ ଖେଳି ସମସ୍ତେ ଏହି ପର୍ବର ବେଶ ମଜା ନେଇଛନ୍ତି ।
ଏହା ବି ପଢନ୍ତୁ...Kumar Purnima: କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ, ଦିନରେ ଚାନ୍ଦ ପୂଜିବେ କୁମାରୀ
ଗୋଟିଏ ପଟେ ତାସ ଖେଳକୁ ଏକ ଜୁଆ ଖେଳ ବୋଲି ବିବେଚନା କରାଯାଉଥିବାବେଳେ କୁମାରପୂର୍ଣ୍ଣମା ଦିନ ଗଞ୍ଜାମ ଜିଲ୍ଲାବାସୀ ସାମୂହିକ ଭାବରେ ଗୋଟିଏ ସ୍ଥାନରେ ବସି ଏହି ତାସ ଖେଳ ମଜା ନେଇଥାନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ସହରରେ କୁମାର ପୂର୍ଣ୍ଣିମାରେ ଘରେ ଘରେ ତାସଖେଳର ଆସର ଜମୁଥିବା ଦେଖିବାକୁ ମିଳିଛି । କୁମାରୀମାନେ ନୂତନ ବସ୍ତ୍ର ପରିଧାନ କରି ଏହି ପର୍ବର ମଜା ନେଇଥାନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର