ବର୍ଷା ଅଭାବରୁ ଧାନ ଓ ମକା ଚାଷ ପ୍ରଭାବିତ; ସହାୟତା ଅପେକ୍ଷାରେ ଚାଷୀ - ସରକାରୀ ସହାୟତା ଅପେକ୍ଷାରେ ଚାଷୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 14, 2023, 9:07 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକରେ ଠିକ୍ ଭାବରେ ବର୍ଷା ନହେବା ଯୋଗୁଁ ଯେଉଁ ସମୟରେ ଫସଲ ଅମଳର ଆଧାର ଧରିବା କଥା ସେହି ସମୟରେ ଚାଷ ଜମି ଫାଟି ଆଁ କରିଛି । ଯାହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଚାଷ କାର୍ଯ୍ୟ ଉପରେ । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।  ଜିଲ୍ଲାରେ କେବଳ ଧାନ ଫସଲ ନୁହେଁ ଅଣ ଧାନ ଫସଲ ଜମିରେ ମଧ୍ୟ ବର୍ଷା ଅଭାବ ଯୋଗୁଁ ବେଶ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଜିଲ୍ଲାର ବହୁ ଆଦିବାସୀ ଅଞ୍ଚଳର ଲୋକେ ନିଜ ନିଜର ଅଞ୍ଚଳରେ ମକା ଚାଷ କରି ଜୀବିକା ନିର୍ବାହ କରୁଥିବା ବେଳେ ବର୍ଷା ଅଭାବରୁ ପ୍ରଭାବିତ ହୋଇଛି ମକା ଚାଷ ।

 ଏହା ମଧ୍ୟ ପଢନ୍ତୁ: ବିହନ ଅଭାବରୁ ଖରିଫ ଚାଷ ପ୍ରଭାବିତ, ଜିଲ୍ଲା କୃଷି ବିଭାଗ ଧାନ ବିହନ ଯୋଗାଇ ଦେବାକୁ ଦାବି

ବର୍ଷା ଅଭାବରୁ ଅନେକ ମକା ଚାଷୀଙ୍କ ଫସଲ ସହିତ ଗଛ ଶୁଖି ଥୁଣ୍ଟା ହୋଇଗଲାଣି । ଏହାକୁ ନେଇ ମକା ଚାଷ କରି ଜୀବିକା ନିର୍ବାହ କରୁଥିବା ପରିବାର ବର୍ଗ ଖୁବ୍ ଚିନ୍ତିତ ହୋଇପଡିଛନ୍ତି । ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି । ସେପଟେ ଗ୍ରାଉଣ୍ଡ ଜିରୋରେ ଯେପରି ଚାଷୀଙ୍କ ପରିସ୍ଥିତି ରହିଛି ତାହାକୁ ସରକାରଙ୍କ ପକ୍ଷରୁ ଅନୁଧ୍ୟାନ କରାଯାଇ ବାସ୍ତବିକ ସ୍ଥିତି ଦେଖି କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ବିଜେପି ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ପାଢୀ ।  

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.