ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ମହୋଦଧିରେ ଡଙ୍ଗା ଭସାଇଲେ ଲକ୍ଷ ଲକ୍ଷ ଭକ୍ତ

By ETV Bharat Odisha Team

Published : Nov 27, 2023, 10:16 AM IST

thumbnail

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ରର ମହୋଦଧି କୂଳ । ଆଜି ଲକ୍ଷାଧିକ ଭକ୍ତ ମହୋଦଧିରେ ଡଙ୍ଗା ଭସାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଆଜି ଭୋରୁ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଡଙ୍ଗା ଭସାଇ ବୁଡ଼ ପକାଇ ଡଙ୍ଗା ଭସାଇଛନ୍ତି । ସକାଳୁ ସୂର୍ଯ୍ୟୋଦୟ ଦର୍ଶନ କରିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ ଭକ୍ତ । ତେବେ ଡଙ୍ଗା ଭସାଇ ଶ୍ରଦ୍ଧାଳୁମାନେ ବେଶ ଆନନ୍ଦ ଅନୁଭବ କରିଛନ୍ତି ।

ପୂର୍ବରୁ ସାଧବ ପୁଅ ମାନେ ଡଙ୍ଗାରେ ବ୍ୟବସାୟ ପାଇଁ ବିଦେଶକୁ ଯାଉଥିଲେ । ଏଣୁ ସେହି ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଓଡ଼ିଆମାନେ କାର୍ତ୍ତିକ ପୂର୍ଣ୍ଣିମାରେ ପୁଷ୍କରିଣୀରେ ଡଙ୍ଗା ଭସାଇ ଥାଆନ୍ତି । ତେବେ ଡଙ୍ଗା ଭସାଇବା ପାଇଁ ପୁରୀ ସମୁଦ୍ରକୂଳ ସକାଳୁ ଜନ ସମୁଦ୍ର ପାଲଟିଥିଲା । 

ଏହାମଧ୍ୟ ପଢନ୍ତୁ...ପୁଷ୍କରିଣୀରେ ଭାସିଲା ରଙ୍ଗ ବେରଙ୍ଗର ଡଙ୍ଗା, କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି ଭସାଯାଏ ଡଙ୍ଗା ?

ଅନ୍ୟପଟେ କାର୍ତ୍ତିକ ବ୍ରତ କରିଥିବା ହବିଷ୍ଯାଳିମାନେ ଆଜି ସମୁଦ୍ରକୂଳରେ ବାଲୁକା ପୂଜା କରି କାର୍ତ୍ତିକ ବ୍ରତ ଉଦଯାପନ କରିଛନ୍ତି । ସମୁଦ୍ରକୂଳରେ ହବିଷ୍ଯାଳିମାନେ ଏକାଠି ହୋଇ ତୁଳସୀ ନଡ଼ିଆ ରଖି ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥଲେ । ପରେ ସୂର୍ଯ୍ୟୋଦୟ ପରେ ସୂର୍ଯ୍ୟ ଦେବତାଙ୍କୁ ଦୀପରେ ବନ୍ଦାପନା କରିଥଲେ । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତେବେ ଦୀର୍ଘ ଏକ ମାସ ଧରି ଅର୍ଥାତ କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ଯାଳି କାର୍ତ୍ତିକ ବ୍ରତ କରିଥଲେ । ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ କରି କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ ସହ ମହାପ୍ରସାଦ ସେବନ କରି କାର୍ତ୍ତିକ ବ୍ରତ ପାଳନ କରିଥଲେ । ତେବେ ଆଜି ବ୍ରତ ଉଦଯାପନ ପରେ ହବିଷ୍ଯାଳିମାନେ ଘରକୁ ଫେରିବେ ।

ସେପଟେ ସମୁଦ୍ରକୂଳରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ ପରିଚାଳନା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ ସମୁଦ୍ରରେ ଅଘଟଣ ରୋକିବାକୁ ଅଗ୍ନିଶମ ବାହିନୀ ମୁତୟନ ସହ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଛି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.