କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ରାଉରକେଲା ସହର, ମନ୍ଦିରରେ ଭକ୍ତଙ୍କ ଭିଡ

🎬 Watch Now: Feature Video

thumbnail

ରାଉରକେଲା:  ଆଜି କାର୍ତ୍ତିକ ପୂର୍ଣ୍ଣିମା  । ଏନେଇ ଚଳଚଞ୍ଚଳ ରାଉରକେଲା ସହର  । ଧର୍ମ ମାସ କାର୍ତ୍ତିକର ଶେଷ ଦିନରେ ପୂର୍ଣ୍ଣିମା ପଡିଥିବା ବେଳେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ମନେ ପକେଇବାକୁ ଯାଇ ଆଜିର ଏହି ପବିତ୍ର ଦିନରେ ଧର୍ମର ଡ଼ଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ସେହିପରି ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସହରର ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । କାର୍ତ୍ତିକ ପୂର୍ଣ୍ଣିମା ସହ ପଞ୍ଚୁକ ବ୍ରତର ଶେଷ ଦିନ ଥିବାରୁ ଶ୍ରୀମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ତେବେ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ତେବେ  ହିନ୍ଦୁ ଧର୍ମର ସଂସ୍କୃତି, ଐତିହ୍ୟ ପରମ୍ପରାକୁ ବଜାୟ ରଖି ଶୁଭ ମନାସିବା ପାଇଁ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ଓଡ଼ିଶାରେ ଅତୀତର ସମୃଦ୍ଧ ନୌବାଣିଜ୍ୟର ପରମ୍ପରାକୁ ମନେ ପକାଇବାକୁ ପ୍ରତିଟି ଓଡ଼ିଆମାନେ ରାତିରୁ ଉଠି ସୂର୍ଯ୍ୟ ଉଦୟ ପୁର୍ବରୁ ବୋଇତ ଭସାଇଛନ୍ତି । 

ଏହା ମଧ୍ୟ ପଢନ୍ତୁ- କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଘାଟ, ଧୁମଧାମରେ ପାଳନ ହେଲା ବୋଇତ ବନ୍ଦାଣ

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.