Karnataka: ରାଜ୍ୟପାଳଙ୍କୁ ଭେଟିଲେ ସିଦ୍ଧରମୈୟା, ଶିବକୁମାର

By

Published : May 18, 2023, 10:28 PM IST

thumbnail

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବହୁମତ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ରହିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି । ସରକାର ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆଜି ସଂଧ୍ୟାରେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଶିବକୁମାର ଓ ଦଳର ଅନ୍ୟ କେନ୍ଦ୍ରୀୟ ନେତା ମଧ୍ୟ ଥିଲେ । 

ଦଳର ରାଜ୍ୟ ପ୍ରଭାରୀ ରଣଦ୍ବୀପ ସୂର୍ଯ୍ୟେଓ୍ବାଲା, ଜାତୀୟ ସାଧାରଣ ସମ୍ପାଦକ ବି.କେ ହରିପ୍ରସାଦ, ବରିଷ୍ଠ ନେତା ଜଗଦୀଶ ଶେଟ୍ଟର ପ୍ରମୁଖ ସିଦ୍ଧରମୈୟାଙ୍କ ସହ ରାଜ୍ୟପାଳଙ୍କୁ ଭେଟିଛନ୍ତି । 20 ତାରିଖ ମଧ୍ୟାହ୍ନ ସାଢେ 12 ଟା ରେ ରାଜଧାନୀ ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ସମାରୋହ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଭାବେ ଶିବକୁମାରଙ୍କ ସହ ଅନ୍ୟ କିଛି କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହେଲୋଟ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.