Kargil Vijay Diwas 2023: କାର୍ଗିଲରେ ସେନାର ବ୍ୟାଟେଲ ଡ୍ରିଲ, ଯବାନଙ୍କ ଆକ୍ସନ ଦେଖିଲେ ଥରିବ ଶତ୍ରୁ

By

Published : Jul 15, 2023, 5:10 PM IST

thumbnail

ଶ୍ରୀନଗର: 26 ତାରିଖରେ ପାଳିତ ହେବାକୁ ଯାଉଛି କାର୍ଗିଲ ବିଜୟ ଦିବସ । ଏହା ପୂର୍ବରୁ ଆଜି ଲଦାଖର କାର୍ଗିଲ ସେକ୍ଟରରେ ବ୍ୟାଟେଲ ଡ୍ରିଲ କରିଛି ଭାରତୀୟ ସେନା । କାର୍ଗିଲ ଓ ଲଦାଖ କ୍ଷେତ୍ରରେ ମୁତୟନ ଥିବା ସେନାର ଯବାନମାନେ ଏହି ରଣକୌଶଳ ଓ ଶତ୍ରୁ ସହ ଲଢିବାର ବିଭିନ୍ନ କଳା ପ୍ରଦର୍ଶନ କରିଛନ୍ତି । ଏକ କୃତ୍ରିମ ଯୁଦ୍ଧକ୍ଷେତ୍ର ପ୍ରସ୍ତୁତ କରାଯାଇଥିବା ବେଳେ ସେନାର ଯବାନମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ଯୁଦ୍ଧକୌଶଳ ପ୍ରଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ପୁଞ୍ଚରେ ବଡ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିପୁଳ ମାରଣାସ୍ତ୍ର ଜବତ

1999 ଜୁଲାଇ 26 ତାରିଖରେ କାର୍ଗିଲରେ ପାକିସ୍ତାନକୁ ହରାଇ ବିଜୟ ପ୍ରାପ୍ତ କରିଥିଲା ଭାରତୀୟ ସେନା । ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରି କାର୍ଗିଲକୁ ଅକ୍ତିଆର କରି ପାହାଡି ଯୁଦ୍ଧକ୍ଷେତ୍ରରୁ ଭାରତୀୟ ସେନାକୁ ଆକ୍ରମଣ କରିଥିଲା ପାକିସ୍ତାନ । ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ କଡା ଯବାବ ଦେବା ସହ ପରାସ୍ତ କରିଥିଲା । କାର୍ଗିଲରୁ ପାକିସ୍ତାନ ସେନା ଛତ୍ରଭଙ୍ଗ ଦେବା ସହ କାର୍ଗିଲର ଟଇଗର ହିଲରେ ତ୍ରିରଙ୍ଗା ଉଡାଇଥିଲେ ଭାରତୀୟ ସେନା ଯବାନ । ପ୍ରତ୍ୟେକ ବର୍ଷ ଜୁଲାଇ 26 ତାରିଖରେ ଭାରତୀୟ ସେନାର ପରାକ୍ରମକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.