୭୫ ବର୍ଷରେ କଳାହାଣ୍ଡି, ଧୁମଧାମରେ ପାଳିତ ହେଲା ପ୍ରତିଷ୍ଠା ଦିବସ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 1, 2023, 11:11 PM IST

ଭବାନୀପାଟଣା: ୧୯୪୯ ମସିହାରେ ଆଜିର ଦିନରେ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପାଇଥିଲା କଳାହାଣ୍ଡି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ ଦିନେ ଅନାହାର ମୃତ୍ୟୁ ସହ ଅଭାବ ଓ ଅନାଟନ ଅଞ୍ଚଳ ବାବରେ ପରିଚିତ ଥିଲା । ଏହା ଗରିବୀର ଗବେଷଣା ଗାର ଥିବା ବେଳେ ବଡ ନେତା ଓ ଲେଖକ ଏଠାକୁ ଗରିବୀର ଗବେଷଣା କରିବା ପାଇଁ ଆସୁଥିଲେ । କିନ୍ତୁ ଏଥି ମଧ୍ୟରେ ବିତି ଯାଉଛି ୭୪ବର୍ଷ । ବଦଳିଛି କଳାହାଣ୍ଡିର ଭୌଗୋଲିକ ଚିତ୍ର ।  

ଆଜି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ୭୫ ବର୍ଷରେ ପଦାର୍ପଣ କରିଛି କଳାହାଣ୍ଡି ଜିଲ୍ଲା । ବଦଳାଇ ଦେଇଛି ନିଜ ପରିଚୟ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ କୃଷି କ୍ଷେତ୍ରରେ କଳାହାଣ୍ଡି ସୃଷ୍ଟି କରି ପାରିଛି ନିଜର ସ୍ଵତନ୍ତ୍ର ପରିଚୟ । ଏନେଇ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଗଠନ ଦିବସ ପାଳନ ହୋଇଯାଇଛି । ସକାଳୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ମନ୍ଦିରରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଟାଉନ ହଲ ଠାରେ ପହଞ୍ଚିବା ପରେ ମଞ୍ଚ ପୂଜା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ସଭାକାର୍ଯ୍ୟ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ସମ୍ମାନିତ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ଶିକ୍ଷାବିତ୍ ସତ୍ୟନାରାୟଣ ମୁଣ୍ଡଚୀନା, ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିବା ବିକଶିତ କଳାହାଣ୍ଡିକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଏହାପରେ ଆରମ୍ଭ ହୋଇଥିଲା ସଂସ୍କୃତି କାର୍ଯ୍ୟକ୍ରମ ।  

ଏହା ମଧ୍ୟ ପଢ଼ନ୍ତୁ.....ସାକାର ହେଲା କଳାହାଣ୍ଡିବାସୀଙ୍କ ସ୍ବପ୍ନ, ପ୍ରତିଷ୍ଠା ଦିବସରେ ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ବିଶେଷ କରି ଜିଲ୍ଲା ପ୍ରତିଷ୍ଠା ଦିବସ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଆସି ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାସହ ଲକ୍ଷ୍ମୀ ବସର ଉଦଘାଟନ କରିବା ସହ ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ମେଡିକାଲ କଲେଜର ଉଦଘାଟନ କରିଥିଲେ । ଯାହାକୁ ନେଇ ଜିଲ୍ଲାବାସୀ ଉତ୍ସାହିତ ଅଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.