ରାଜ୍ୟସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ କଳାହାଣ୍ଡି ପ୍ରଥମ - କଳାହାଣ୍ଡି ଖବର

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 25, 2023, 10:31 PM IST

ଭବାନୀପାଟଣା : କ୍ରୀଡା କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛି କଳାହାଣ୍ଡି ଜିଲ୍ଲା । ପୂର୍ବରୁ ଅନେକ ଥର ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର କ୍ରୀଡାବିତ ମାନେ ବିଜୟୀ ହୋଇଛନ୍ତି । ଗତ ଦୁଇଦିନ ଧରି ବ୍ରହ୍ମପୁର ଠାରେ ବିଜୁ ପଟ୍ଟନାୟକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓପନ ଟାଇକୋଣ୍ଡା ଚାମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ମୋଟ ୧୬ ଟି ଜିଲ୍ଲାର ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ନିଜ ନିଜ ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ଯୁବପିଢିଙ୍କ ବିକାଶ ମୂଳ ଲକ୍ଷ୍ୟ: କଳାହାଣ୍ଡି ଜିଲ୍ଲାରେ  'ନୂଆଁ ଓ' କାର୍ଯ୍ୟକ୍ରମ ଉଦଯାପିତ

ଏହି ପ୍ରତିଯୋଗିତାରେ କଳାହାଣ୍ଡି ଟାଇଗର୍ସ ପକ୍ଷରୁ କୋଚ ରବୀନ୍ଦ୍ର ସାହୁଙ୍କ ସହ କଳାହାଣ୍ଡିର ବିଭିନ୍ନ ବ୍ଲକ ରୁ ମୋଟ ୫୪ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ନିଜର ପ୍ରତିଭା କୁ ପ୍ରଦର୍ଶିତ କରି ପ୍ରତିଯୋଗୀ ମାନେ ୩୧ ଟି ସ୍ଵର୍ଣ ପଦକ ଓ ୧୬ ଟି ରୌପ୍ୟ ପଦକ ଏବଂ ୧୩ ଟି ବ୍ରୋଞ୍ଜ ପଦକ ସହ ମୋଟ ୬୦ ଟି ପଦକ ହାସଲ କରି ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଖେଳାଳିମାନେ ପଦକର ବର୍ଷା କରି ପୁଣି ଥରେ ରାଜ୍ୟ ସ୍ତରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଜିଲ୍ଲା ପାଇଁ ଆଣିଦେଇଛି ଗର୍ବ ଓ ଗୌରବ । ଆଜି ସମସ୍ତ ବିଜୟୀ ପ୍ରତିଯୋଗୀ ଜିଲ୍ଲାରେ ପହଞ୍ଚିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଜିଲ୍ଲାରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.