thumbnail

Watch: ଜମ୍ମୁ-କାଶ୍ମୀରରେ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

By ETV Bharat Odisha Team

Published : Aug 30, 2023, 11:39 AM IST

ଶ୍ରୀନଗର: ଆଜି ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ପର୍ବ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ । ଭାଇର ଦୀର୍ଘାୟୁ କାମନା କରି ହାତରେ ରାକ୍ଷୀ ବାନ୍ଧେ ଭଉଣୀ । ବଦଳରେ ଭାଇ ତା' ଭଉଣୀର ସୁରକ୍ଷା କରିବା ପାଇଁ ସଂକଳ୍ପ ନେଇଥାଏ । ଜମ୍ମୁ-କାଶ୍ମୀରରେ ମୁତୟନ ଥିବା ଭାରତୀୟ ସେନାର ଯବାନମାନେ ମଧ୍ୟ ପବିତ୍ର ରକ୍ଷା ବନ୍ଧନ ପାଳନ କରିଛନ୍ତି । ସୀମାରେ ରହି ଦେଶର ସୁରକ୍ଷା କରୁଥିବା ଯବାନ ଭାଇ ହାତରେ ଛୋଟ ଛୋଟ ସ୍କୁଲ ପିଲାମାନେ ରକ୍ଷାସୂତ୍ର ବା ରାକ୍ଷୀଟିଏ ବାନ୍ଧି ସେମାନଙ୍କର ସୁରକ୍ଷା ଓ ଦୀର୍ଘାୟୁ କାମନା କରୁଛନ୍ତି । ଜମ୍ମୁ-କାଶ୍ମୀରର ଉଦ୍ଧମପୁର, ସମ୍ବା ସେକ୍ଟର, ବାରମୂଲା, ଉରି ସେକ୍ଟରର ଏଲଓସି  ଇତ୍ୟାଦି ବିଭିନ୍ନ ସ୍ଥାନରେ ଯବାନମାନେ ସ୍କୁଲ ଛାତ୍ରୀଙ୍କ ସହ ରକ୍ଷା ବନ୍ଧନ ପାଳନ କରୁଥିବାର ଦେଖିବାକୁ ମିଳିଛି  । ସ୍ଥାନୀୟ ପିଲାମାନେ ଯବାନ ଭାଇ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଛନ୍ତି । ଦେଖନ୍ତୁ ଭିଡିଓ

ଏହା ମଧ୍ୟ ପଢନ୍ତୁ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ କେତେବେଳେ ବାନ୍ଧିବେ ରାକ୍ଷୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.