ପୁଣି ଆରମ୍ଭ ହେଲା ଟଙ୍କା ଗଣତି, ଆଜି ସନ୍ଧ୍ୟା ସୁଦ୍ଧା ସରିବ

🎬 Watch Now: Feature Video

thumbnail

ବଲାଙ୍ଗୀର: ଘରେ ଟଙ୍କାର ପାହଡ କରିଥିଲେ ମଦ ବ୍ୟବସାୟୀ । ଯାହାକୁ ଆୟକର ବିଭାଗ ଜବତ କରିବା ପରେ ଗଣନା ଚାଲିଛି । ଚଢାଉ ସମୟରେ ବ୍ୟବସାୟୀଙ୍କ ଘରୁ ବ୍ୟାଗ ବ୍ୟାଗ ଟଙ୍କା ଜବତ ହୋଇଥିଲା । ଟଙ୍କାର ପରିମାଣ ଏତେ ଯେ, ଯେତେ ଗଣିଲେ ବି ସରୁନି । ଚାରି ଦିନ ହେଲା ଜିଲ୍ଲା ଏସବିଆଇ କାର୍ଯ୍ୟାଳୟରେ ଟଙ୍କାର ଗଣନା ଚାଲିଛି । ଜବତ 176 ବ୍ୟାଗ ମଧ୍ୟରୁ ଗତକାଲି ରାତି ସୁଦ୍ଧା 105ଟି ବ୍ୟାଗ ଟଙ୍କା ଗଣା ସରିଛି ।  ଆଜି ପୁଣି ସକାଳୁ ଏହି ଗଣତି ଆରମ୍ଭ ହୋଇଛି । ଯେଉଁଥିରେ ଏସବିଆଇ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସହ ମୋଟ 70 ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେହିପରି 25ଟି ମେସିନରେ ଏହି ଗଣତି ଆଜି ଆରମ୍ଭ ହୋଇଛି । ସନ୍ଧ୍ୟା ସୁଦ୍ଧା ଟଙ୍କା ଗଣନା ସରିବ ବୋଲି କୁହାଯାଉଛି । 

ଏହା ମଧ୍ୟ ପଢନ୍ତୁ-ଆୟକର ରେଡ୍: 102 ବ୍ୟାଗ ଟଙ୍କା ଗଣତି ଶେଷ, 290 କୋଟି ହୋଇଛି ଗଣତି !

ସେପଟେ ଆଇଟି ରେଡର ଆଜି ପଞ୍ଚମ ଦିନ । ଆଇଟି ବିଭାଗର ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜିବି ରେଡ଼ ଜାରି ରଖିଛନ୍ତି । ବଲାଙ୍ଗୀର ସହର ମଧ୍ୟରେ ରାଜେଶ ସାହୁ, ଭୋଳା ସାହୁ ଓ ବଣ୍ଟି ସାହୁର ମଦ ଭାଟିରେ ଚଢ଼ାଉ ଜାରି ରହିଛି । ସମାନ ଭାବରେ ଟିଟିଲାଗଡରେ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘର ତଥା ମଦ ଭାଟିରେ ଚଢ଼ାଉ ଜାରି ରହିଛି ।  

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.