ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ଟାଉନ ଥାନା ପୋଲିସ

🎬 Watch Now: Feature Video

thumbnail

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଗତକାଲି(ବୁଧବାର) ବାରିପଦାର ତକତପୁର ଅଞ୍ଚଳରୁ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ବାରିପଦା ଟାଉନ ଥାନା ପୋଲିସ ।

ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ପୋଲିସ ବୁଧବାର ଭୋର ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ କରି ତକତପୁର ଅଞ୍ଚଳରୁ ଦୁଇ ଜଣକୁ ଗିରଫ କରି ଟାଉନ ଥାନା ଆଣି ପଚରାଉଚରା କରିଥିଲେ । ତାଙ୍କ ଠାରୁ ଅଧିକ ଖବର ପାଇ ବାରିପଦାର ଭୁଗୁଡାକଟା ଅଞ୍ଚଳରେ ଭଡାରେ ରହୁଥିବା ଘରେ ଚଢ଼ାଉ କରିଥିଲେ । ସେଠାରୁ ଅନ୍ୟ ଜଣକୁ ଗିରଫ କରିବା ସହ ୭ ଗୋଟି ଲ୍ୟାପଟପ, ଗୋଟିଏ ଆଇପ୍ୟାଡ଼, ୧୯ ଗୋଟି ମୋବାଇଲ, ୨ ଗୋଟି ସ୍ମାର୍ଟ ୱାଚ, ୩ଗୋଟି ଏଟିଏମ ଓ ଆଧାର କାର୍ଡ ଏବଂ ଦୁଇ ହଜାର ଟଙ୍କା ଜବତ କରାଯାଇଥିଲା । ଗିରଫ ୩ ଜଣ ହେଲେ ତାମିଲନାଡୁର ଭେଲୋର ଅଞ୍ଚଳର ପ୍ରକାଶ ମୂର୍ତ୍ତି(୨୩), ପି. ବାଲାଜି (୨୨) ଏବଂ କୁମାର ଆପ୍ପାରାଓ ଓରଫ ମୁନିୟାପ୍ପନ(୨୬) । ତେବେ ପୂର୍ବରୁ ଟାଉନ ଥାନା ଅଞ୍ଚଳରେ ଅନେକ ଲ୍ୟାପଟପ ଓ ମୋବାଇଲ ଚୋରି ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଯାହାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ କରି ଏମାନଙ୍କୁ ଗିରଫ କରାଯାଇଛି । ଆଗକୁ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ସଦର ଏସଡିପିଓ ପ୍ରକାଶ ଜେମ୍ସ ଟୋପ୍ପ ଓ ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.