thumbnail

By

Published : Jun 7, 2023, 8:06 PM IST

ETV Bharat / Videos

Odisha Train Tragedy: ତିନି ଦିନ ପୂର୍ବରୁ ବିବାହ କରିଥିଲେ, ମୃତ୍ୟୁର ଆଁରୁ ଫେରିଲେ ନବ ଦମ୍ପତି

କଟକ: ବାହାଘରକୁ ମାତ୍ର ତିନି ଦିନ ପୁରିଥିଲା । ସ୍ବାମୀଙ୍କ ସହ ବିଶାଖାପାଟଣା ଯାଉଥିଲେ ପତ୍ନୀ । ଘର ଲୋକଙ୍କଠାରୁ ବିଦାୟ ନେଇ ଟ୍ରେନ୍‌ରେ ବସିଥିଲେ । ବିବାହ ପରେ ପ୍ରଥମ କରି ସ୍ବାମୀଙ୍କ ସହ ବୁଲି ଯିବାକୁ ନେଇ ପତ୍ନୀ ବେଶ ଉତ୍ସାହିତ ଥିଲେ । କିନ୍ତୁ ବାହନଗା ଟ୍ରେନ ଦୁର୍ଘଟଣା ମୃତ୍ୟୁର ଦାନବ ପରି ଏହି ନବ ଦମ୍ପତିଙ୍କ ବାଟ ଘେରିଥିଲା । କେଇ ମିନିଟରେ ସବୁ କିଛି ଓଲଟପାଲଟ ହୋଇଗଲା । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଚାରିଆଡ଼େ ମୃତଦେହର ପାହାଡ଼ ଦେଖି ଦୁହେଁ ଦୁହିଁଙ୍କୁ ହରାଇବାର ଡର ଘାରିଥିଲା । କିନ୍ତୁ ନିୟତି ଏହି ଦମ୍ପତିଙ୍କ ଭାଗ୍ୟରେ ନୂଆ ଜୀବନ ଲେଖିଥିଲା । ଦୁର୍ଘଟଣାରେ ଉଭୟେ ଗୁରୁତର ଆହତ ହୋଇଥିବା ବେଳେ ଏସସିବି ମେଡ଼ିକାଲରେ ସେମାନେ ଚିକିତ୍ସାଧିନ ଅଛନ୍ତି । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଗନ୍ତବ୍ୟ ସ୍ଥଳକୁ ସିନା ଯାଇପାରିଲେନି, କିନ୍ତୁ ଉଭୟେ ବଞ୍ଚି ଯାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ଦୁର୍ଘଟଣା ସମୟର ଛାତିଥରା କାହାଣୀ ବଖାଣିଛନ୍ତି । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.