thumbnail

By

Published : Apr 22, 2023, 10:36 PM IST

ETV Bharat / Videos

ଶହୀଦ ସ୍ମାରକୀ: କୁନି ଝିଅ ହାତରେ ଶହୀଦ ବାପାର ଶେଷ ସନ୍ତକ

ପୁରୀ: କୁନି ଝିଅକୁ ମିଳିଲା ଶହୀଦ ବାପାର ଶେଷ ସନ୍ତକ । ବାପା କଣ ଜାଣିବା ପୂର୍ବରୁ ଆଜି ତାର ବାପା ଏ ଦୁନିଆରେ ନାହାନ୍ତି । ଦେଶ ସେବା କରି ଶେଷରେ ସେ ଅମର ହୋଇଯାଇଛନ୍ତି । ଆଉ କିଛି ଦିନ ପରେ ଘରକୁ ଆସି ନିଜ କୁନିଝିଅକୁ କୋଳେଇଥାନ୍ତେ । ଅତୁଟ ସ୍ନେହ ଢାଳି ଦେଇଥାନ୍ତେ । ହେଲେ ଦେଶ ମାତୃକା ସେବାରେ ସେ ଆଜି ଶହୀଦ ହୋଇଯାଇଛନ୍ତି । ଆଜି ଶହୀଦ ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳଙ୍କୁ ଭାରତୀୟ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ ଜାତୀୟ ପତାକାକୁ କୁନିଝିଅକୁ ହସ୍ତାନ୍ତର କରାଯାଇଛି । ଏହି ଦୃଶ୍ୟ ଯିଏ ଦେଖୁଛି ଦୁଃଖରେ ତାର ଛାଟି ଫାଟିପଡୁଛି । ଏବେ ସିନା କୁନି ଝିଅଟି କିଛି ବୁଝୁନାହିଁ, ହେଲେ ବୁଦ୍ଧି ଆସିଲେ ଏହି ମୁହୂର୍ତ୍ତ ତା' ପାଇଁ ପାଲଟିଯିବ ଅଭୁଲା ଓ ଗର୍ବଭରା ମୁହୂର୍ତ୍ତ । ସୂଚନା ଥାଉ କି ଗତ ୨୦ ତାରିଖରେ ଜମ୍ମୁକାଶ୍ମୀର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀ ହମଲା ପରେ ସେନା ଗାଡି ଜଳିଯାଇଥିଲା । ଏଥିରେ ୫ଜଣ ଯବାନ ଶହୀଦ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯବାନ ରହିଥିଲେ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.