ଘଳିଆ ଆଣୁଛି ବିପଦ, ବାଲିବସ୍ତା ପକାଯାଇ ରୋକିବାକୁ ପ୍ରୟାସ

By

Published : Aug 16, 2022, 9:08 PM IST

Updated : Feb 3, 2023, 8:26 PM IST

thumbnail

ଜଗତସିଂହପୁର: ଜିଲ୍ଲାରେ ପ୍ରବାହିତ ୨ଟି ପ୍ରମୁଖ ନଦୀ, ମହାନଦୀ ଓ ଦେବୀର ବିଭିନ୍ନ ସ୍ଥାନରେ ଘଳିଆ ସୃଷ୍ଟି ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଦେବୀ ନଦୀର ଶାଖା ନଦୀ ଭାବେ ପରିଚିତ ବିଲୁଆ ଖାଇ ନଦୀରେ ନିଛିପୁର ଠାରେ ଏକ ଘଳିଆ ପଡିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ପକାଯାଇ ବନ୍ଧକୁ ରୋକାଯିବାକୁ ପ୍ରୟାସ କରାଯାଉଛି । ସେହିପରି ଦେବୀ ନଦୀର ଆଳିପିଙ୍ଗଳ ନିକଟ କୋଲର ନିକଟରେ ଏକ ବଡ଼ ଘଳିଆ ପଡିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଘଳିଆକୁ ବନ୍ଦ କରିବା ପାଇଁ ପ୍ରୟାସ କରାଯାଉଛି। ସେହିପରି ମାଛଗାଁର ଦେବୀନଦୀରେ ୪ରୁ ଅଧିକ ସ୍ଥାନ ରେ ଘଳିଆ ପଡିଥିବା ବେଳେ ଘଳିଆକୁ ରୋକିବା ପାଇଁ ବିଭାଗ ପକ୍ଷରୁ ବାଲିବସ୍ତା ପକାଯାଉଛି । ଇଟିଭି ଭାରତ, ଜଗତସିଂହପୁର

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.