ICC Mens Cricket World Cup 2023: ପ୍ରମୋ ଭିଡିଓରେ ନଜର ଆସିଲେ ଶାହରୁଖ, ଫ୍ୟାନ୍ସଙ୍କ ଏକ୍ସସାଇଟମେଣ୍ଟ କହିଲେ ନସରେ..

By

Published : Jul 20, 2023, 6:09 PM IST

Updated : Jul 20, 2023, 8:04 PM IST

thumbnail

ନୂଆଦିଲ୍ଲୀ: ଲଞ୍ଚ ହେଲା ୱାର୍ଲଡ କପ୍ ପ୍ରମୋ । ICC ପକ୍ଷରୁ ରିଲିଜ ହୋଇଥିବା ଏହି ପ୍ରମୋରେ ଆଗଧାଡିର ସମସ୍ତ କ୍ରିକେଟରଙ୍କ ଝଲକ ଦେଖିବାକୁ ମିଳିଛି । ଏହାରି ଭିତରେ ଆକର୍ଷଣର କେନ୍ଦ୍ର ସାଜିଛନ୍ତି କିଙ୍ଗ ଖାନ୍। ଭିଡିଓରେ ଶାହରୁଖ ଖାନଙ୍କ ଦମଦାର ଭଏସ ଶୁଣିବାକୁ ମିଳିଛି। ଯାହାକି ଫ୍ୟାନ୍ସ ମାନଙ୍କୁ ଶାହରୁଖଙ୍କ ଅଭିନୀତ ଫିଲ୍ମ 'ଚକ୍ ଦେ ଇଣ୍ଡିଆ'ର ସିନ୍ ମନେ ପକାଇ ଦେଇଛି। 

ତେବେ 5 ଅକ୍ଟୋବରରୁ 19 ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ପାଇଁ ପ୍ରୋମୋ ରିଲିଜ କରିଛି ICC । ଏନେଇ  2 ମିନିଟ 13 ସେକେଣ୍ଡର ଏକ ଭିଡିଓ ICC ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛି। ଯାହାର କ୍ୟାପସନ ରହିଛି, "ICC ପୁରୁଷ ବିଶ୍ବକପ୍-2023ରେ ଇତିହାସ ରଚନା ହେବ ଏବଂ ସମସ୍ତ ସ୍ୱପ୍ନ ସାକାର ହେବ...ବାସ୍ ଗୋଟିଏ ଦିନ ଦରକାର"।  

ଏହି ଭିଡିଓରେ ପୂର୍ବରୁ ଖେଳାଯାଇଥିବା ମ୍ୟାଚର କିଛି ଐତିହାସିକ ଝଲକ ଦେଖିବାକୁ ମଧ୍ୟ ମିଳିଛି। ଯାହା ଦେଖିବା ପରେ ବର୍ତ୍ତମାନ ଉତ୍ସାହର ସହ ୱାର୍ଲଡ କପ୍ ମ୍ୟାଚ୍ ଦେଖିବା ଅପେକ୍ଷାରେ ରହିଛନ୍ତି କ୍ରିକେଟପ୍ରେମୀ । ତେବେ 15 ଅକ୍ଟୋବରରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା। ଏହାସହ ନଭେମ୍ବର 19ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅହମଦାବାଦରେ ଖେଳାଯିବ ବୋଲି ଜଣାପଡିଛି। ଆଇସିସିର ଏହି ଭିଡିଓକୁ ରିଟ୍ୱିଟ୍ କରିଛି ବିସିସିଆଇ ।  

ଏହା ମଧ୍ୟ ପଢନ୍ତୁ...Volleyball Player Rajaq: ଦେଶ ପାଇଁ ଗୌରବ ଆଣିଲେ ରଜାକ: ବାହରିନରେ ଭଲିବଲ ଖେଳିଲେ କେନ୍ଦ୍ରାପଡ଼ାର ପୁଅ

Last Updated : Jul 20, 2023, 8:04 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.