thumbnail

By ETV Bharat Odisha Team

Published : Nov 29, 2023, 11:17 AM IST

ETV Bharat / Videos

ଆଜି ଛାଡଖାଇ ପାଳିଲେ କଟକିଆ; ଆମିଷ ବଜାରରେ ପ୍ରବଳ ଭିଡ଼, ଚିକେନ ମଟନ ବୋହି ନେଉଛନ୍ତି ଲୋକେ

କଟକ: ସରିଛି କାର୍ତ୍ତିକ ମାସ  । କାଲି ଥିଲା ଛାଡ଼ଖାଇ  । ତେବେ କାଲି ମଙ୍ଗଳବାର ପଡୁଥିବାରୁ ଛାଡ଼ଖାଇ ବଜାର ମାନ୍ଦା ପଡିଥିଲା  । କାଁ ଭାଁ ଲୋକେ ଆସି ମାଛ ମାଂସ କିଣିଥିଲେ । ହେଲେ ଆଜି ବୁଧବାର ଥିବାରୁ ସକାଳୁ ଆମିଷ ବଜାରରେ ଲାଗିଛି ପ୍ରବଳ ଗହଳି  । କହିବାକୁ ଗଲେ ଆଜି ହିଁ ପ୍ରକୃତ ଛାଡଖାଇ ପାଳୁଛନ୍ତି ଲୋକେ  । ମାସେ ହେଲା ଆମିଷ ଖାଇନଥିବା ଲୋକେ ସକାଳୁ ବଜାରରେ ଭିଡ ଜମାଇ ମଟନ, ଚିକେନ, ମାଛ ବୋହି ନେଉଛନ୍ତି  । କଟକରେ ବିଭିନ୍ନ ଆମିଷ ବଜାରରେ ମଧ୍ୟ ଆଜି ଖଚାଖଚ ଭିଡ ଦେଖିବାକୁ ମିଳିଛି  । ନିଜ ପସନ୍ଦର ଅମିଷ କିଣିବାରେ ବ୍ୟସ୍ତ ଅଛନ୍ତି କଟକିଆ  । ଦରକୁ ଖାତିର ନକରି ନିଜ ପସନ୍ଦର ମାଛ ମାଂସ କିଣିବାରେ ଲାଗି ପଡିଛନ୍ତି  । ବଜାରରେ ବିଭିନ୍ନ ପ୍ରକାର ମାଛ ସହ ବାଗଦା, ଟାଇଗର ଭଳି ଭେରାଇଟ ଚିଙ୍ଗୁଡି ଉପଲବ୍ଧ ହେଉଛି  । ହେଲେ ଲୋକେ ବେଶୀ ମାଛ ମାଂସ କିଣୁଥିବା ବ୍ୟବସାୟୀ କହିଛନ୍ତି  ।  ତେବେ ଗତକାଲି ବ୍ୟବସାୟ ଡାଉନ ଥିବାରୁ ଆଜି ଭଲ ବେପାର ଜମିବ ବୋଲି ଆଶା ବାନ୍ଧିଛନ୍ତି ବ୍ୟବସାୟୀ । ଆଉ ଆଜି ସକାଳୁ ମାର୍କେଟ ଭିଡ଼ ରହିଛି । ଏହା ଅପରାହ୍ନ ପର୍ଯ୍ୟନ୍ତ ଲାଗି ରହିବ ।  

ଏହା ମଧ୍ୟ ପଢନ୍ତୁ: ଛାଡ଼ଖାଇରେ ବେପାର ମାନ୍ଦା; ମଙ୍ଗଳବାର ବୋଲି ଜମୁନି ଗ୍ରାହକଙ୍କ ଭିଡ

ଇଟିିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.