ବୌଦ୍ଧରେ ରଥାରୁଢ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

By

Published : Jun 30, 2023, 10:35 AM IST

thumbnail

ବୌଦ୍ଧ: ରଥ ଉପରେ ଶ୍ରୀଜିଉ ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ । ଚତୁର୍ଦ୍ଧା ବିଗ୍ରହଙ୍କୁ ପହଣ୍ଡି କରି ସେବାୟତ ମାନେ ଶ୍ରୀଜଗନ୍ନାଥ ମନ୍ଦିରରେ ବିଜେ କରାଇଥିଲେ । ରଥ ଉପରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ବୌଦ୍ଧର ପ୍ରସିଦ୍ଧ ଘୂର୍ଣ୍ଣାୟମାନ ରଥ ଉପରେ ଗୁରୁବାର ସୁନାବେଶ ଅନୁଷ୍ଠିତ ହୋଇଛି । ସୁନାବେଶ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସଂଧ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ରଥ ଉପରେ ଶ୍ରୀଜିଉ ଫୁଲବେଶରେ ସଜ୍ଜିତ ହୋଇ ଅଳଙ୍କାର ଧାରଣ ପୂର୍ବକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ହଜାର ହଜାର ଶ୍ରଦ୍ଧାଳୁ ରଥଖଳା ଠାରେ ପହଞ୍ଚି ବଡ ଠାକୁରଙ୍କ ଦର୍ଶନ କରିଥିଲେ । ପଞ୍ଚାୟତିରାଜ ତଥା ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବୌଦ୍ଧର ଘୂର୍ଣ୍ଣାୟମାନ ରଥ ଉପରେ ପହଞ୍ଚି ବଡ ଠାକୁରଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.