thumbnail

By

Published : Dec 6, 2022, 8:24 PM IST

Updated : Feb 3, 2023, 8:35 PM IST

ETV Bharat / Videos

ଢେଙ୍କାନାଳରେ ଓଡିଶା ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ : ଓଡିଶା ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଉତ୍ସବ ଢେଙ୍କାନାଳରେ ପାଳିତ ହୋଇଯାଇଛି । ଜିଲ୍ଲା ରିଜର୍ଭ ପଡିଆରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋଗଣ୍ୟଗି ଦିବ୍ୟା ଭି ଯୋଗଦେଇ ରାଜ୍ୟରେ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ପ୍ରତିଷ୍ଠା ଓ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ । ନିଜର କର୍ତ୍ତବ୍ୟନିଷ୍ଠା ଓ ନିଃସ୍ୱାର୍ଥପର ସେବା ଯୋଗାଇ ଶୃଙ୍ଖଳା ଜନିତ ସେବା ଯୋଗାଉଥିବା ଗୃହରକ୍ଷୀଙ୍କୁ ମୁଖ୍ୟଅତିଥି ସମ୍ମାନିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ସରୋଜ ସେଠୀଙ୍କ ସମେତ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଇଟିଭି ଭାରତ, ଢେଙ୍କାନାଳ
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.