ଅଟଳ ଟନେଲରେ ଷ୍ଟଣ୍ଟ୍ ପ୍ରଦର୍ଶନ କଲେ ଯୁବକ, ଭିଡିଓ ଭାଇରାଲ
🎬 Watch Now: Feature Video
Published : Jan 1, 2024, 4:16 PM IST
Viral Video of Reckless Driving : ଶିମଲା: ସୋସିଆଲ ମିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଯାଉଛି । କାରର ଦୁଇ ପାର୍ଶ୍ବର ଡୋର୍ ଖୋଲାଥିବାବେଳେ ବିପଦପୂର୍ଣ୍ଣ ଅବସ୍ଥାରେ ଜଣେ ବ୍ୟକ୍ତି ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି । ଏହି ଦୃଶ୍ୟଟି ହିମାଚଳ ପ୍ରଦେଶର ଅଟଳ ଟନେଲ ନିକଟର ହୋଇଥିବା ଜଣାପଡିଛି । ସେପଟେ ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ହିମାଚଳପ୍ରଦେଶ ପୋଲିସ । ସମ୍ପୃକ୍ତ ଗାଡ଼ି ମାଲିକଙ୍କୁ ୩ ହଜାର ୫୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି ।
ଏହା ମଧ୍ୟ ପଢନ୍ତୁ...ଇଲେକ୍ଟ୍ରିକ ସ୍କୁଟରରେ ପାରାଗ୍ଲାଇଡିଂ କଲେ ଯୁବକ, ଭିଡିଓ ଭାଇରାଲ
ଗୋଟିଏ ପଟେ ପିକନିକ୍ ସିଜନ ଅର୍ଥାତ୍ ନୂଆବର୍ଷ ପାଇଁ ହିମାଚଳପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ଅନ୍ୟପଟେ ଜନବହୁଳ ରାସ୍ତାରେ ଏଭଳି ବେପରୁଆ ଗାଡ଼ିଚାଳନା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି ଦିନ ପୂର୍ବରୁ ହିମାଚଳପ୍ରଦେଶରେ ପାଣି ଭିତରେ ଥାର୍ ଗାଡି ବିପଦପୂର୍ଣ୍ଣ ଅବସ୍ଥାରେ ଚାଲୁଥିବା ଦେଖିବାକୁ ମିଳିଥିଲା । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଏଥିରେ ରୋକ୍ ଲଗାଇବା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି ।