କାର୍ତ୍ତିକ ଶେଷ ସୋମବାର, କପିଳେଶ୍ୱର ମହାଦେବ ମନ୍ଦିରରେ ଭକ୍ତଙ୍କ ଭିଡ - କପିଳେଶ୍ବର ମହାଦେବ ମନ୍ଦିରରେ ଭକ୍ତଙ୍କ ଭିଡ

🎬 Watch Now: Feature Video

thumbnail

By

Published : Nov 7, 2022, 5:56 PM IST

Updated : Feb 3, 2023, 8:31 PM IST

ବ୍ରହ୍ମପୁର: କାର୍ତ୍ତିକ ମାସର ଶେଷ ତଥା ପଞ୍ଚମ ସୋମବାର । ବ୍ରହ୍ମପୁର ସହରର ବିଭିନ୍ନ ଶୈବ ମନ୍ଦିରରେ ଭକ୍ତଙ୍କ ଭିଡ଼ । ଏହି ଅବସରରେ ବ୍ରହ୍ମପୁର ସହରର ପ୍ରସିଦ୍ଧ କପିଳେଶ୍ବର ମହାଦେବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ସମୟରୁ ଲମ୍ବା ଧାଡି଼ରେ ଯାଇ ଭକ୍ତ ମାନେ ମହାଦେବଙ୍କୁ ଦର୍ଶନ କରୁଛନ୍ତି । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ରହିଥିବା ବେଳେ ଚନ୍ଦ୍ରଗ୍ରହଣ ରହିଥିବା ଯୋଗୁଁ ଦେବନୀତି ନିର୍ଦ୍ଦେଶ ରହିଥିବାରୁ ଆଜି ସମସ୍ତ ମନ୍ଦିରରେ ଭିଡ଼ ଜମିଛି । ଏହି ଅବସରରେ ମନ୍ଦିରରେ କିପରି ଚାଲିଛି ପୂଜାର୍ଚ୍ଚନା ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.