ଆସ୍ଥା ଓ ବିଶ୍ୱାସର ପ୍ରତୀକ ପ୍ରଭୁ ଗୋରେଖନାଥ

By

Published : Apr 30, 2023, 8:47 AM IST

thumbnail

ଜଗତସିଂହପୁର: ଜିଲ୍ଲାର ଇଷ୍ଟ ଦେବତା ପ୍ରଭୁ ଗୋରେଖନାଥ । କୁହାଯାଏ ଏହି ପୀଠର ଅଲୌକିକ ମହିମା ରହିଛି । ସେଥିପାଇଁ ତ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଏହି ପୀଠକୁ ଆସନ୍ତି ଓ ବାବାଙ୍କର ସାନିଧ୍ୟ ଲାଭ କରିଥାନ୍ତି । ଜଗତସିଂହପୁର ସହର ଠାରୁ ମାତ୍ର 15 କିଲୋମିଟର ପୂର୍ବକୁ ଗଲେ ପଡେ ବିଭୁତି କ୍ଷେତ୍ର ନାମରେ ପରିଚିତ ପ୍ରଭୁ ଗୋରେଖନାଥଙ୍କ ପୀଠ । ଲୋକେ ବିଶ୍ବାସ କରନ୍ତି କି ଏହି ପୀଠରେ କିଛି ଅଲୌକିକ ମହିମା ରହିଛି । ନାଥ ସମ୍ପ୍ରଦାୟରର ଏହି ପୀଠରେ କେଉଁ ଅନାଦି କାଳରୁ ଧ୍ୱନୀ ପ୍ରଜଳିତ ହୋଇ ରହିଛି । ଏଥିରୁ ବାହାରୁଥିବା ବିଭୂତିକୁ ଭକ୍ତମାନେ ଶ୍ରଦ୍ଧାର ସହିତ ମସ୍ତକରେ ଧାରଣ କରିଥାନ୍ତି । ଏହି ବିଭୂତିର ମହିମା ମଧ୍ୟ ଅନନ୍ତ । ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଯଦି କେହି ରୋଗଗ୍ରସ୍ଥ ହୋଇଥାନ୍ତି ତେବେ ଏହି ବିଭୂତିକୁ ମସ୍ତକରେ ଲଗାଇ ପରେ ସେମାନେ ରୋଗମୁକ୍ତ ହୁଅନ୍ତି ବୋଲି ଲୋକବିଶ୍ୱାସ ରହିଛି ।

କେବଳ ସେତିକି ନୁହେଁ ବିଶ୍ବାସ ରହିଛି ଏହି ପୀଠରେ କୁଆଡେ ବିଷ ପାଣି ହୋଇଯାଏ । ଗୋ-ପାଳନ କରୁଥିବା ବ୍ୟକ୍ତି ମାନେ ଗୋ ସମ୍ପଦର ସୁରକ୍ଷା ପାଇଁ ମଧ୍ୟ ଗୋରେଖନାଥଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ସ୍ଥାନୀୟ ଅଞ୍ଚଳର ଅଧିବାସୀମାନେ ଗାଈ ଜନ୍ମ କଲାପରେ ପ୍ରଥମ କ୍ଷୀର ମହାପ୍ରଭୁ ଗୋରେଖନାଥଙ୍କ ନିକଟରେ ଅର୍ପଣ କରିଥାନ୍ତି । ସେହି କ୍ଷୀରରେ ପ୍ରଭୁଙ୍କ ନିକଟରେ ଖିରି ପ୍ରସ୍ତୁତ କରାଯାଇ ଆର୍ପଣ କରାଯାଇଥାଏ । ଯଦି ନୀତିକାନ୍ତିରେ କୌଣସି ପ୍ରକାର ତୃଟି ଦେଖାଦିଏ ତେବେ ଏହି ପୀଠରେ ଏକାଧିକ ନାଗସାପ ବରଗଛ ଓହଳରେ ଝୁଲି ରୁହନ୍ତି । ପ୍ରଭୁଙ୍କ ନୀତିକାନ୍ତିରେ ତ୍ରୁଟି ହୋଇଥିବା ସୂଚନା ଦିଅନ୍ତି ବୋଲି ଲୋକେ କୁହନ୍ତି । ବାବା ଗୋରେଖନାଥଙ୍କ ନିକଟରେ ଅତୁଟ ବିଶ୍ବାସ ରଖି ଦୂରଦୂରାନ୍ତରୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ପ୍ରଭୁ କୃପା ପାଇ ନିଜକୁ କୃତ୍ୟ କୃତ୍ୟ ମନେ କରନ୍ତି । 

ଇଟିଭି ଭାରତ, ଜଗତସିଂହପୁର  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.